ବାଙ୍କୀ(ଏଟିଆର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଦୁଇ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଫଳରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମୃତୁବରଣ କରିଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ କଟକ ଜିଲ୍ଲା ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ପଞ୍ଚାୟତ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ଯୋକଲାଞ୍ଜି ଠାରେ ଦୁର୍ବୃତ୍ତ ମାନେ ଭଗବାନ ଓ ଆଦିତ୍ୟଙ୍କ ବାଇକ କୁ ଅଟକାଇ ଥିଲେ । ଏହା ପରେ କିଏ କିଛି ବିଝୁବା ପୂର୍ବରୁ ଦୁହିଁଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ଭଗବାନ ଓ ଆଦିତ୍ୟ ଗୁରୁତର ହୋଇପଡିଥିଲେ ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁହେଁଙ୍କ ଅବସ୍ଥା ଆହୁରି ବିଗିଡିବାରୁ ସେମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବେଦୈଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଲି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାକୁ ନେଇ ଖଜୁରୀପଦା ଗାଁରେ ଉତ୍ତଜନା ଦେଖାଯାଇଛି ।