ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ସୁରକ୍ଷିତ ଜମା ଲକର ର ଦର ବୃଦ୍ଧି ପାଇଁ ଦେଶର ସବୁଠାରୁ ବଡ ବ୍ୟାଙ୍କ ମାନେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । ଏହି ନୂତନ ଦର ମାର୍ଚ୍ଚ ୩୧ ରୁ ଲାଗୁ କରାଯିବ । ଏହି ଘୋଷଣା ପରେ ଏସବିଆଇ ଲକରର ବାର୍ଷିକ ଶୁଳ୍କ ଅତି କମରେ ୫୦୦ ଟଙ୍କା ବଢିଯିବ । ଏସବିଆର ଛୋଟ ଲକରର ଶୁଳ୍କ ୫ ଶହ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବଢାଯାଇଛି । ସେହିପରି ଏକ୍ସଟ୍ରା ଲାର୍ଜ ଲକର ପାଇଁ ୯ ହଜାର ଟଙ୍କା ବଦଳରେ ଗ୍ରାହକଙ୍କୁ ୧୨ ହଜାର ଟଙ୍କା ଦେବାକୁ ପଡିବ ।
ଅନ୍ୟପଟେ ମଧ୍ୟମ ଆକାରର ଲକର ପାଇଁ ଏବେ ୧ ହଜାର ଟଙ୍କାରୁ ୪ ହଜାର ଟଙ୍କା ଅଧିକ ଦେବାକୁ ପଡିବ । ସେହିପରି ବଡ ଲକର ପାଇଁ ୨ ହଜାର ଟଙ୍କାରୁ ୮ ଟଙ୍କା ଦେବାକୁ ପଡିବ । ଏହି ନୁତନ ଦର କେବଳ ମେଟ୍ରୋ ଏବଂ ସହରାଞ୍ଚଳରେ ଲାଗୁ ହେବ ଏବଂ ଏଥିରେ ଜିଏସଟି ସାମିଲ ନାହିଁ ।
ଛୋଟିଆ ସହର ବା ଗ୍ରାମୀଣ ଅଞ୍ଚଳରେ ବି ଏସବିଆଇ ତାର ଲକର ସେବା ପ୍ରଦାନ କରୁଛି । ଯାହାର ଦାମ୍ ଦେଢ ହଜାରରୁ ଆରମ୍ଭ ହୋଇ ନଅ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏସବିଆଇର ସମସ୍ତ ଶାଖାରେ ଏହି ଦର ପାଖାପାଖି ୩୩ ପ୍ରତିଶତ ବୃଦ୍ଧି ହୋଇଛି ।
ସେହିଅନୁଯାୟୀ, ଯଦି ଆପଣ ସଠିକ୍ ସମୟରେ ଲକର ଭଡା ନଦେଉଛନ୍ତି ତେବେ ୪୦ ପ୍ରତିଶତ ଜରିମାନା ଦେବାକୁ ପଡିବ । ଆରବିଆଇର ନିୟମ ଅନୁସାରେ ବ୍ୟାଙ୍କ ଗୁଡିକୁ ଲକର ଗ୍ରାହକଙ୍କ ଲକର ଖୋଲିବାର ଅନୁମତି ରହିଛି । ଯଦି ଆପଣ ଏହାକୁ ବର୍ଷକ ମଧ୍ୟରେ ଗୋଟେ ଥରେ ବି ସଂଚାଳିତ କରିବେ ନାହିଁ ତେବେ ସେଥିପାଇଁ ବ୍ୟାଙ୍କ ଆପଣଙ୍କୁ ଏକ ନୋଟିସ ପଠାଇବ ।