ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଡରେ ହିରୋପନ୍ତି ଫିଲ୍ମ ଜରିଆରେ ଡେଭ୍ୟୁ କରିଥିଲେ ଟାଇଗର ଶ୍ରଫ । ଏହା ପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ କରି ଚାଲିଛନ୍ତି ଟାଇଗର । ବଲିଉଡରେ ଟାଇଗର ସର୍ବଦା ତାଙ୍କ ଡ୍ୟାନ୍ସ ଓ ଷ୍ଟଣ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ଭିତରେ ହିରୋପନ୍ତି-୨ର ଫାଷ୍ଟ ଲୁକରେ ରିଲିଜ ହୋଇଛି । ଯେଉଁଥିରେ ଟାଇଗରଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି ।ଟାଇଗର ଏକ ବ୍ଲାକ ସୁଟ ପିନ୍ଧି ଆକ୍ସନ ମୁଡରେ ଠିଆ ହୋଇଛନ୍ତି । ଏହା ସହ ସେ ତାଙ୍କ ହାତରେ ଏକ ବନ୍ଧୁକ ଧରିଛନ୍ତି ।
This one is so special to me. Blessed and grateful to be carrying forward another franchise with my mentor sajid sir forward. #Heropanti2 #firstbaby#SajidNadiadwala @khan_ahmedasas @WardaNadiadwala @NGEMovies pic.twitter.com/NYi4pLoBpr
— Tiger Shroff (@iTIGERSHROFF) February 28, 2020
ଏହି ଫିଲ୍ମଟି ଜବରଦସ୍ତ ଆକ୍ସନ ଓ ଡ୍ରମା ଦେଖିବାକୁ ମିଳିବ । ଏହି ଫିଲ୍ମକୁ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ସାଜିତ ନଡିୱାଲ ପ୍ରଯୋଜନା କରୁଛନ୍ତି । ଏନେଇ ଟାଇଗର ନିଜ ସୋସିଆଲ ମିଡିଆରେ ହିରୋପନ୍ତି-୨ର ଫାଷ୍ଟ ଲୁକ ଶେୟାର କରିଛନ୍ତି । ତେବେ ଶେଷ ଥର ପାଇଁ ଟାଇଗରଙ୍କୁ ହ୍ରିତିକଙ୍କ ସହ ୱାର ଫିଲ୍ମରେ ଦେଖିବାକୁ ମିଳିଥିଲେ । ବର୍ତ୍ତମାନ ଟାଇଗର ତାଙ୍କ ଆସନ୍ତା ଫିଲ୍ମ ବାଗି-୩ର ପ୍ରମୋସନ କରୁଛନ୍ତି । ଏହି ଫିଲ୍ମରେ ସେ ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ସହ ନଜର ଆସିବେ । ବାଗି-୩ ଆସନ୍ତା ମାର୍ଚ୍ଚ ୬ ତାରିଖ ଦିନ ରିଲିଜ ହେବ ।