ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖାଦ୍ୟର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ରସୁଣ ବ୍ୟବହାର କରାଯାଇଥାଏ । ସ୍ୱାସ୍ଥ୍ୟ ପାଇଁ ରସୁଣ ଖୁବ୍ ଉପଯୋଗୀ । ଏହାସହିତ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ରସୁଣ କୌଣସି ରାମବାଣ ଠାରୁ କମ୍ ନୁହେଁ । ରକ୍ତଚାପ, ମଧୁମେୟ ସମେତ ଅନେକ ବିପଦପୂର୍ଣ୍ଣ ରୋଗ ପାଇଁ ରସୁଣ ବ୍ୟବହାର କରାଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ରସୁଣର ଫାଇଦା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା…
ଉଚ୍ଚ ରକ୍ତଚାପ ହେଉ ଅବା ସାଧାରଣ ରକ୍ତଚାପ, ଏହା ସ୍ୱାସ୍ଥ୍ୟପକ୍ଷେ ଭଲ ନୁହେଁ । ଏହି ସମସ୍ୟା ପାଇଁ ଲୋକେ ମେଡିସିନ୍ ବ୍ୟବହାର କରିଥାନ୍ତି । ମାତ୍ର ଅଧିକ ଔଷଧ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ପରିସ୍ଥିତିରେ ଆପଣ ରସୁଣ ବ୍ୟବହାର କରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ଏଥିପାଇଁ ଆପଣ ଦୁଇ କୋଲା କଞ୍ଚା ରସୁଣ ଚୋବାଇ ଖାଇପାରିବେ । ଯଦି ଆପଣ କଞ୍ଚା ରସୁଣ ଖାଇ ପାରୁ ନାହାନ୍ତି, ତେବେ ଆପଣ ରସୁଣକୁ ହାଲୁକା ଭାଜିକି ଖାଇ ପାରିବେ । ଏହାସହିତ ପେଟ ସମସ୍ୟା ଦୂର କରିଥାଏ ରସୁଣ ।
ସେହିପରି ନିୟମିତ ରସୁଣ ସେବନ ମଧୁମେୟ ରୋଗୀଙ୍କର ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ରସୁଣରୁ ସେହି ହର୍ମୋନ ଉତ୍ପନ୍ନ ହୋଇଥାଏ, ଯାହା ସୁଗାରକୁ ନିୟନ୍ତ୍ରଣ କରିପାରିବ । ସେଥିପାଇଁ ମଧୁମେୟ ରୋଗୀ ରସୁଣ ସେବନ କରିବା ନିହାତି ଆବଶ୍ୟକ ।
ହାର୍ଟ ପାଇଁ ମଧ୍ୟ ରସୁଣ ଖୁବ୍ ଉପକାରୀ ହୋଇଥାଏ । ରସୁଣ ସେବନ ଦ୍ୱାରା ରକ୍ତ ଜମାଟ ବାନେ୍ଧ ନାହିଁ । ରସୁଣରେ ମହୁ ମିଶାଇ ଖାଇବା ଦ୍ୱାରା ସଠିକ୍ ଭାବେ ରକ୍ତ ସଂଚାଳନ ହୋଇଥାଏ । ଏହାସହିତ ହୃଦ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ପାଚନ ପ୍ରକ୍ରିୟା ଠିକ୍ କରିବାରେ ରସୁଣ ସହାୟକ ହୋଇଥାଏ । ସେଥିପାଇଁ ଖାଲି ପେଟରେ ରସୁଣ ଚୋବାଇକି ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ ।