ଭୁବନେଶ୍ୱର(ଏଟିଆର ବ୍ୟୁରୋ):ହୋଲିରେ ହୋଇପାରେ ବର୍ଷା । ଫିକା ପଡିପାରେ ହୋଲି । ସାରା ରାଜ୍ୟରେ ଅଦିନିଆ ବର୍ଷା ଲାଗିରହିଛି । ତେବେ ଏହାରି ଭିତରେ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ଘଡଘଡି ଓ ୩୦ରୁ ୪୦ କି.ମି ବେଗରେ ପବନ ହୋଇପାରେ । ଏନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।ଆଜି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୯ ତାରିଖରେ କାଁ ଭାଁ ବର୍ଷା ହୋଇପାରେ । ୧୧ ତାରିଖରେ କାଳବୈଶାଖୀ ପ୍ରକୋପ କମ୍ ରହିବ ।
ହୋଲି ଦିନ କାଳବୈଶାଖୀ ବଢ଼ିବ । ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ, ସୋନପୁର, ବରଗଡ଼ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ । ଆସନ୍ତା ୨-୩ ଦିନ ପରେ ତାପମାତ୍ରା ଧୀରେ ଧୀରେ ବଢ଼ିପାରେ ।