ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର ଖାସ୍ ମହତ୍ୱ ରହିଛି । ଏହି ଦିନକୁ ପୂଣ୍ୟପ୍ରାପ୍ତିର ଦିନ ବୋଲି ମଧ୍ୟ କୁହାଯାଏ । ଚଳିତ ବର୍ଷ ଏପ୍ରିଲ ୨୬ରେ ପାଳିତ ହେବ ଅକ୍ଷୟ ତୃତୀୟ ପର୍ବ । ଧାର୍ମିକ ମାନ୍ୟତା ମୁତାବକ, ଅକ୍ଷୟ ତୃତୀୟା ଦିନ ଯେଉଁ କାମ କରାଯାଏ ତାହା ଶୁଭ ।
ସେହିପରି ଅକ୍ଷୟ ତୃତୀୟା ଦିନ କିଣାକିଣି ଉପରେ ବିଶେଷ ମହତ୍ୱ ରହିଛି । ଏହିଦିନ ଲୋକେ ସୁନା , ଚାନ୍ଦୀ, ଗାଡି ଭଳି ଜିନିଷ କିଣିଥାନ୍ତି । ସେହିପରି ଯଦି ଆପଣ ଅକ୍ଷୟ ତୃତୀୟା ଦିନ ସୁନା କିଣିବ ତେବେ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବାସ କରିବେ ଏବଂ ଜୀବନରେ ସୁଖ ସମୃଦ୍ଧି ବଳବତ୍ତର ରହିବ ।
ମାତ୍ର କରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ କିଣାମିଣି କରିବା ସମ୍ଭବ ନୁହେଁ । ସେଥିପାଇଁ ଆଜି ଆମେ ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଅକ୍ଷୟ ତୃତୀୟ ଦିନ ପୂଜାରେ ସାମିଲ କରି ପାରିବେ । ଏହା ଦ୍ୱାରା ସୁନା କିଣିବା ଭଳି ଫଳ ପ୍ରାପ୍ତି ହେବ । ତେବେ ଆସନ୍ତୁ ଜାଣିବା…
ଧାର୍ମିକ ମାନ୍ୟତା ଅନୁଯାୟୀ ମାଟିର ମହତ୍ୱ ବି ସୁନା ସହ ସମାନ । ବହୁ ସହଜରେ ଆପଣ ମାଟି ପାଇଯିବେ । ସେହି ମାଟିରେ ଏକ ଦୀପ ତିଆରି କରି ଅକ୍ଷୟ ତୃତୀୟା ପୂଜାରେ ପ୍ରୟୋଗ କରି ପାରିବେ । ଏହାସହିତ ପୂଜାରେ ମୌସମୀ ଫଳ ବ୍ୟବହାର କରିବା ଉଚିତ୍ । ଏହାବ୍ୟତିତ ଅକ୍ଷୟ ତୃତୀୟା ଦିନ ଘରେ ସୌନ୍ଧବ ଲବଣ ଘରେ ରଖିବା ଶୁଭ ହୋଇଥାଏ ।