ପୁରୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ଅବସରରେ ରଥଯାତ୍ରାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଆଲୋଚନା ଚାଲିଥିଲା । ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କ ବାର୍ତ୍ତା ଦେଇଛନ୍ତି ।
ସେ କହିଛନ୍ତି କି ମେ ମାସ ୩ ତାରିଖ ଯାଏଁ ବାହାରେ କୌଣସି ଦେବନୀତି ହୋଇ ପାରିବ ନାହିଁ । ଲୋକଙ୍କ ସ୍ୱାସ୍ଥ୍ୟ, ଜୀବନ ଏବଂ ଦେବନୀତିକୁ ବି ଗୁରୁତ୍ୱ ଦିଆଯିବ । ମହାପ୍ରଭୁଙ୍କ ପର୍ବ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ବିଶ୍ୱରେ ଯେତିକି ଭକ୍ତ ଅଛନ୍ତି ତାଙ୍କୁ ଦୃଷ୍ଟିରେ ରଖି ଏହି ମହାମାରୀ କରୋନ ପାଇଁ ରଥଯାତ୍ର ହେବକି ନାହିଁ । ତାହା ଆଗାମୀ ୩ ତାରିଖ ପରର ଗାଇଡ ଲାଇନ୍ ଉପରେ ନିର୍ଭର । କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକାରୀ ହେବ । ପ୍ରକୃତରେ ରଥଯାତ୍ରା ହେବ କି ନାହିଁ ମେ ମାସ ତିନି ତାରିଖ ପରେ ନିଷ୍ପତି ନିଆଯିବ ।
ଆଜି ପୁଣି ସନ୍ଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ପରିଚାଳନା କମିଟି ଏବଂ ମହାରାଜାଙ୍କର ଆଲୋଚନା ହେବ । ଅକ୍ଷୟ ତୃତୀୟ ନୀତି କିଭଳି ହେବ ସେନେଇ ଆଜି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେବ ।