ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହୋଇଛି । କରୋନା କଟକଣା ଯୋଗୁଁ ଏଥରକ ବାହାରେ କୌଣସି ବିଧି ହୋଇନାହିଁ । ଶ୍ରୀମନ୍ଦିରର ଚାହାଣି ମଣ୍ଡପରେ ରଥକାଠ ରଖାଯାଇ ଏହି ନୀତି ସମ୍ପର୍ଣ୍ଣ ହୋଇଛି ।
କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ଆଡମ୍ବରର ସହ ଏହି ବିଧି ନହେଲେ ବି ନିରାଡମ୍ବର ଭାବେ ରଥ ଅନୁକୂଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ଆସିବା ପରେ ରଥକାଠ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କର ସମସ୍ତ ନୀତି ଅନୁଷ୍ଠିତ ହୋଇଛି । ନୀତିରେ କୌଣସି ଅବହେଳା ହୋଇନାହିଁ । ଯେଉଁ ସବୁ ନୀତି ବାହାରେ ହେଉଥିଲା ତାହା ସବୁ ଶ୍ରମନ୍ଦିର ଭିତରେ ହୋଇଛି ।