ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଉ ଦିନ ୩ ଟା ସରିଲେ ସରିବ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଲକ ଡାଉନ । ତେବେ ଏଥର ଲକ ଡାଉନର ଅବଧି ବଢିବ କି ନାଁ ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କାରଣ ଦେଶରେ କରୋନା ଯେଉଁଭଳି ଭାବେ ବୃଦ୍ଧି ପାଉଛି ପୁରା ଲକ ଡାଉନ ଉଠାଇ ଦେଲେ ସ୍ଥିତି ଅସମ୍ଭାଳ ହୋଇପାରେ । ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମେ ୪ ତାରିଖରେ ଆସିବ ନୂଆ ଗାଇଡ ଲାଇନ ।
ମାତ୍ର ସଂକେତ ଦିଆଯାଇ କୁହାଯାଇଛି ୪ ରେ ଆସିବାକୁ ଥିବା ଗାଇଡ ଲାଇନରେ କେତେକ ଜିଲ୍ଲାକୁ ସାମାନ୍ୟ କୋହଳ କରାଯାଇପାରେ । ଯାହାର ସମ୍ପୂର୍ଣ୍ଣ ରୂପରେଖ ଆସିବ ଆସନ୍ତା ମେ ୪ ତାରିଖରେ । ମାତ୍ର ମେ ୩ ତାରଇକ ପର୍ଯ୍ୟନ୍ତ ଦେଶରେ ଲକ ଡାଉନକୁ କଡାକଡି ପାଳନ କରାଯିବ । ସେହିଭଳି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ୟରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ପେରାଇ ନେବାକୁ ପ୍ରୋଟକଲ ପ୍ରସ୍ତୁତ କରନ୍ତୁ ବୋଲି ନିର୍ଦେଶ ଦିଆଯାଇଛି ।