ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାରା ବିଶ୍ୱରେ ନିଜର ବିଚିକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥବା ବିସ୍ମୟ ବାଳକ ହେଉଛନ୍ତି କୌଟିଲ୍ୟ ପଣ୍ଡିତ । ସେ ଆଜି ରାଜଧାନୀ ଭୁବନେଶ୍ୱର ଆସୁଛନ୍ତି । ‘ଦ କୌଟିଲ୍ୟ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସଭାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଅପରାହ୍ନ ୫ଟାରେ ମଞ୍ଚେଶ୍ୱର ସ୍ଥିିତ ରେଲ ଅଡିଟୋରିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ ।
ହରିଆଣା ସ୍ଥିତ କରନାଲ ଜିଲ୍ଲାର କୋହଡ ଗ୍ରାମରେ କୌଟିଲ୍ୟଙ୍କ ଜନ୍ମ । ମାତ୍ର ୫ ବର୍ଷ ୧୦ ମାସରେ ସେ ବିଶ୍ୱର ଭୁଗୋଳ, ବିଜ୍ଞାନ, ରାଜନିତୀ ଭଳି ଅନେକ ବିଷୟ ବସ୍ତୁର ଉତ୍ତର ଦେଇ ସାରା ବିଶ୍ୱକୁ ଆଚମ୍ବିତ କରିଦେଇଥିଲେ । ଯେଉଁ ସମୟରେ ନର୍ସରୀ ଯିବା କଥା ସେହି ସମୟରେ ସେ ତାଙ୍କର ବିଚିକ୍ଷଣ ବୁଦ୍ଧି ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ତାଙ୍କୁ ଏବେ ୯ ବର୍ଷ ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ କୌଟିଲ୍ୟଙ୍କୁ ଭେଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏବଂ ଯେକୌଣସି ଛାତ୍ରଛତ୍ରୀ ତାଙ୍କୁ ଭେଟି ପ୍ରଶ୍ନ କରିପାରିବେ ।
ଭାରତର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ମଧ୍ୟ କୌଟଲ୍ୟଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ସାକ୍ଷାତ କରିଥିଲେ ।