ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ମୋଟ କରୋନା ସଂକ୍ର୍ରମିତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସଂମ୍ପର୍କ ବିଭାଗ ପକ୍ଷରୁ ତାଙ୍କ ନେଇ ତଥ୍ୟ ଦିଆଯାଇଛି । ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ୧୮ ବର୍ଷର ଯୁବକ । ଗତ କିଛିଦିନ ତଳେ ସେ ସୁରଟରୁ ଓଡିଶା ଫେରିଥିଲେ । ଗଞ୍ଜାମରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି ।
First Health Update, 6th May
One positive case in Ganjam
18 yr Male
(Surat returnee)Contact tracing and follow-up action is being done.
Total Positive Case: 177
— I & PR Department, Odisha (@IPR_Odisha) May 6, 2020
ସେମାନଙ୍କ ମଧ୍ୟରୁ ୨ ସୁରଟ ଫେରନ୍ତା ହୋଇଥିବା ବେଳେ ୨ ଜଣ ତାମିଲନାଡୁ ଫେରନ୍ତା । ସୂଚନାଯୋଗ୍ୟ ରାଜ୍ୟରେ ଏବେ ମୋଟ ୪୭୪୫୪ ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୭୭ ଟି ପଜେଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ସାରିଲେଣି ।
ଆଜି ରାଜ୍ୟରେ ଦ୍ୱିତୀୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଯାହାଫଳରେ ମୋଟ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ କରୋନା ମୃତକ ହେଉଛନ୍ତି ଭୁବନେଶ୍ୱର ମଧୁସୂଦନ ନଗରର । ତାଙ୍କର ବୟସ ୭୭ ବର୍ଷ ।