ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ । ଏବଂ ନିଜ ଉପରେ ସାଜିଲା ଭଳି କପଡା ଆଣି ଘରେ ପିନ୍ଧିଥାଉ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ । ଦେବା-ଦେବୀ ମାନେ ମଧ୍ୟ ଉଚିତ ନିୟମ ଅନୁଯାୟୀ ବସ୍ତ୍ର ପରିଧାନ କରିଥାନ୍ତ । ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର କପଡା ପିନ୍ଧିବା ଦ୍ୱାରା ମଣିଷ ଉପରେ କି ପ୍ରଭାବ ପଡିଥାଏ ।
କମଳା:କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ରଙ୍ଗର କପଡାକୁ କୌଣସି ଶୁଭ କାମରେ ପିନ୍ଧନ୍ତୁ ।
ଲାଲ: ଲାଲା ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହାବ୍ୟତୀତ ଏହି ରଙ୍ଗ ଦ୍ୱାରା ସାହାସ, ଇଚ୍ଛା ଶକ୍ତି ଏବଂ ସମୃଦ୍ଧି ବୃଦ୍ଧି ହୁଏ ।
ନୀଳ: ଏହି ରଙ୍ଗ ସାଧାରଣତଃ ଧୈର୍ଯ୍ୟ,ସଚ୍ଚୋଟପଣିଆକୁ ବୁଝାଇଥାଏ । କୌଣସି କାର୍ଯ୍ୟକୁ ଯାଉଥିଲେ ଏହି ରଙ୍ଗର କପଡା ପିନ୍ଧି ଯାଆନ୍ତୁ ।
ହଳଦିଆ: ଏହି ରଙ୍ଗ ସବୁବେଳେ ମନକୁ ଖୁସି ଦେଇଥାଏ ।
ସବୁଜ: ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ । ଏହା ସହିତ ଏହି ରଙ୍ଗ ଖୋଲା ହୃଦୟ ଏବଂ ଦୟାର ପ୍ରତିକ ।