ଭଦ୍ରକ ( ଏଟିଆର ବ୍ୟୁରୋ): ଭଦ୍ରକ ପୌରାଞ୍ଚଳ ଓ ଧାମନଗରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭଦ୍ରକ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଧାମ ନଗରକୁ ଲକ ଡାଉନ ଘୋଷଣା କରାଯାଇଛି । ଏହି ସପ୍ତାହରେ ପୂର୍ବଭଳି ଶନିବାର ରବିବାର ୨ ଦିନିଆ ସଟଡାଉନ ମଧ୍ୟ ବଳବତ୍ତର ରହିବ ।
ଏହି ସମୟରେ ସକାଳ ୫ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ବଜାର ବନ୍ଦ ରହିବ । ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ୭ ଦିନ ପାଇଁ ସଟଡାଉନ ଆରମ୍ଭ ହୋଇଯିବ । ସେହିଭଳି ଗଜପତି ଜିଲ୍ଲାରେ ମଧ୍ୟ କେତେକ ଅଞ୍ଚଳରେ ଆସନ୍ତକାଲି ଠାରୁ ଲକ ଡାଉନ ଓ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂନା ମିଳିଛି । ଜିଲ୍ଲାର ୮ ଟି ବ୍ଲକ ଓ ୧୧ ଟି ପଞ୍ଚାୟତରେ ଲକ ଡାଉନ କଟକଣା ଜାରି ରହିବ ।