ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଏବେ ରାଜଧାନୀରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ରାଜ୍ୟର ବସ୍ତି ଅଞ୍ଚଳ ଗୁଡିକରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ତେବେ ଏହାକୁ ଦୃଷ୍ଟିରେ ରଖି ଏବେ ରାଜଧାନୀରେ ଅଧିକ ମାତ୍ରାରେ ଟେଷ୍ଟିଂ ଉପରେ ଗୁରୁ୍ତ୍ୱ ଦିଆଯାଇଛି । ଏଣକି ରାଜଧାନୀରେ ପ୍ରତିଦିନ ୧୪୦୦ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଅମିଳା ଓ ଶିଶୁ ବିକାଶ ସଚିବ ଅନୁଗର୍ଗ । ସେହିଭଳି ବିଏମସି ପକ୍ଷରୁ ସୂଚନା ଦେଇ କୁହାଯାଇଛି ବସ୍ତି ଅଞ୍ଚଳରୁ ୨୦୧ଟି ପଜିଟିଭ୍ କେସ୍ ବାହାରିଛି । ଅଣବସ୍ତି ଅଞ୍ଚଳରୁ ୬୫୭ଟି କେସ୍ ବାହାରିଛି । ରାଜଧାନୀରେ ୪ଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ବସ୍ତିରେ ଆକ୍ଟିଭ୍ ସର୍ଭିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି ।