କିର୍ଗିସ୍ଥାନ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଲୋକମାନେ ଏକତ୍ର ହୋଇ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ଅଣ୍ଟା ଭିଡୁଥିବା ବେଳେ, ଆଜି ବି କିଛି ସ୍ଥାନ ଅଛି ଯେଉଁଠି ମହିଳାମାନଙ୍କୁ ନୀଚ ଦୃଷ୍ଟିରେ ଦେଖାଯାଉଛି । ସେମାନଙ୍କୁ ସମ୍ମାନ ଦେବା ବଦଳରେ ତାଙ୍କର ଧଜିଆ ଉଡାଯାଉଛି । ଜଣେ ମହିଳା ତାଙ୍କ ଜୀବନରେ ସମ୍ମାନ ପୂର୍ବକ ବଞ୍ଚିବାର ସଂପୂର୍ଣ୍ଣ ଅଧିକାର ଅଛି । କିନ୍ତୁ ଏଠାରେ ତାଙ୍କର ସମସ୍ତ ଅଧିକାରକୁ ଛଡାଇ ନିଆ ଯାଉଛି । ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିକୁ ଦଣ୍ଡ ଦେବା ବଦଳରେ ଉପହାର ଦିଆଯାଉଛି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।
କିର୍ଗିସ୍ଥାନ ନାମକ ଏଭଳି ଏକ ଦେଶ ଅଛି ଯେଉଁଠି ବଳତ୍କାରର ମୁଖ୍ୟ ବିବାହ ହୋଇଥାଏ । ସେଠାକାର ଲୋକ ବିବାହ କରିବା ପାଇଁ ପ୍ରଥମେ ଝିଅକୁ ବଳତ୍କାର କରି ତାକୁ ଛାଡି ଦେଇଥାନ୍ତି । ଏହା ପରେ ଝିଅଟର ନାଁ ଚାରିଆଡେ ବଦନାମ ହୋଇଯାଏ । ଯେତେବେଳେ ଝିଅଟିର କୌଣସି ସ୍ଥାନରେ ବିବାହ ହୋଇପାରେ ନାହିଁ, ସେତେବେଳେ ପରିବାର ଲୋକ ଝିଅଟିକୁ ଦୁଷ୍କର୍ମକାରୀ ସହ ବିବାହ କରି ଦେଇଥାନ୍ତି ।
ଅନେକ ଥର ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ ପ୍ରୟାସ ହୋଇଛି, କିନ୍ତୁ ଏହା ଫେଲ ମାରିଛି । ମିଳିଥିବା ରିପୋର୍ଟ ଅନୁସାରେ ଏଠାରେ ପ୍ରତି ବର୍ଷ ୧୨୦୦୦ ଯୁବତୀଙ୍କୁ ଅପହରଣ କରି ବଳତ୍କାର କରାଯାଏ । ଏହା ଧୀରେ ଧୀରେ ସେଠାକାର ପରମ୍ପରାରେ ପରିଣତ ହୋଇଗଲାଣି ।