ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟର ସାରା ପ୍ରାନ୍ତରେ କରୋନା ମହାମାରୀ ନିଜର ପ୍ରସାର ମେଲାଉଛି । ତେବେ ଏହି ପରିପ୍ରେଖିରେ ଗଞ୍ଜାମ ସହରରେ ଏହି ରୋଗର ଅଧିକ ପ୍ରଭାବ ରହିଛି । ଏହା ପରେ ବର୍ତ୍ତମାନ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ବିଜେପି ନେତା ବିଜୟ ମହାପାତ୍ର , ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଓ ଭୁବନେଶ୍ୱରରେ କୋରୋନ ଅବସ୍ଥା ଗତ ୮ ଦିନ ହେବ ଭୟଙ୍କର ରୁପ ନେଇଛି । ଆଗକୁ ମଧ୍ୟ ଆହୁରି ଭୟଙ୍କର ଅବସ୍ଥା ହେବ କିନ୍ତୁ ଏହାକୁ ମୁକାବିଲା କରିବାରେ ସରକାର ହୋଇଛନ୍ତି ବାଟବଣା , ଯେଉଁମାନେ କୋଭିଡ଼ ହସ୍ପିଟାଲ ମ୍ୟାନେଜମେଣ୍ଟ କରୁଛନ୍ତି ସେମାନେ ଜାଣିଛନ୍ତି ଯେ କୌଣସି ହସ୍ପିଟାଲରେ ଆଉ ବେଡ଼ ନାହିଁ । ସରକାର ବେଡ଼ ବଢାଇବା ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି । ସମ ରେ ୭୨୫ ବେଡ଼ ୭ ରୁ ୮ , କିମସ ରେ ୨୫ ରୁ ୩୦ ବେଡ଼ , କଟକରେ ବେଡ଼ ନାହିଁ । ଯେଉଁମାନେ କୋଭିଡ଼ ପରିଚାଳନା କରୁଛନ୍ତି ସେମାନେ ବୋଧେ ଜାଣିନାହାନ୍ତି ବେଡ଼ ନାହିଁ ବୋଲି । ମୋର ଉପଦେଶ ରାଜଧାନୀକୁ ୫ ଟି ଯୋନ କରି କୋଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉ । ଏହା ସହ ରାଜ୍ୟରେ କୋଭିଡ-୧୯ର ନିୟମାବଳୀକୁ କଡାକଡି କରିବା ଆବଶ୍ୟକ । ସଂଗରୋଧ ଲୋକଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଅଫିସର ନିଯୁକ୍ତ ହୁଅନ୍ତୁ । ତୁରନ୍ତ ହଜାରେ ଆଇସିୟୁ ବେଡ଼ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ଗଂଜାମ ମଡେଲ ନୁହେଁ କଟକ ଭୁବନେଶ୍ୱରରେ ସ୍ୱତନ୍ତ୍ର ମଡେଲ ବ୍ୟବସ୍ଥା କରାଯାଉ । ରାଜ୍ୟରେ କୋଭିଡ ସମୟରେ ପୋଲିସ ବେଶ ଭଲ କାମ କରିଛନ୍ତି କିନ୍ତୁ ପୋଲିସର କାର୍ୟ୍ୟକୁ ଏବେ ସରକାର ପସନ୍ଦ କରୁନାହାଁନ୍ତି । ରାଜ୍ୟସରକାର ଏବେ ସବୁ ଦୋଷ ପୋଲିସ ମାନଙ୍କ ମୁଣ୍ଡରେ ଲଦିବାରେ ଲାଗିଛନ୍ତି । ତେଣୁ ସବୁ ନିୟମ କଡାକଡି ହେବା ଦରକାର ଓ ଏହା ସହ ଏହି ନିୟମ ମାନିବା ପାଇଁ ପଡିବ । କାରଣ ଏବେ କଟକ ଓ ଭୁବନେଶ୍ୱରରେ ଅଧିକ କୋଭିଡ -୧୯ କେସ ଦେଖିବାକୁ ମିଳୁଛି । ତେଣୁ କରକାରଙ୍କୁ ଆହୁରି ଅଧିକ ନିୟମ କଡା କରିବାକୁ ପଡିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024