ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଜେଇଇ ଆଡଭାନ୍ସଡ ପରୀକ୍ଷା । ଏହି ପ୍ରବେଶିକା ପରୀକ୍ଷା ନିମନ୍ତେ ଦେଶର ୨୨୨ ଟି ସହରରେ ୧୧୫୦ ଟି କେନ୍ଦ୍ର କରାଯାଇଛି । ସେହିପରି ଓଡିଶାର ୫ ଟି ସହରରେ ଯେପରିକି କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉଲକେଲା ଏବଂ ବ୍ରହ୍ମପୁରରେ ମୋଟ ୧୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ଏଥିରେ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ପେପର ପରୀକ୍ଷା ଏବଂ ପୁଣି ଅପରାହ୍ନ ସାଢେ ଦୁଇଟାରୁ ସାଢେ ୫ ଟା ଯାଏଁ ଦ୍ୱିତୀୟ ପେପର ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ ଟେଷ୍ଟ ସିବିଟି ମୋଡରେ ପରୀକ୍ଷା ଅନୁଷ୍ଟିତ ହୋଇଛି । ସମସ୍ତ କୋଭିଡ ନିୟମ ପାଳନ କରାଯାଇ ଯଥା ମାସ୍କ ପିନ୍ଧି, ସାମାଜିକ ଦୂରତା ରଖା କରି ପରୀକ୍ଷା ହୋଇଛି ।