ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁତ ଶୀଘ୍ର Kawasaki ତାର ନୂତନ ସ୍ପୋର୍ଟସ ବାଇକ Ninja 400 ଲଞ୍ଚ କରିବାକୁ ଯାଉଛି । ଏହି ସ୍ପୋର୍ଟସ ବାଇକର ୨୦୨୧ ମଡେଲର ଫଟୋ କମ୍ପାନୀ ପକ୍ଷରୁ ସେୟାର କରାଯାଇଛି । କୁହାଯାଇଛି କି ୪ଟି କଲର ଅପସନ୍ ସହିତ ଏହି ବାଇକ ଲଞ୍ଚ କରାଯିବ । ପ୍ରଥମେ ଥାଇଲାଣ୍ଡ ଏବଂ ପରେ ଭାରତରେ ଲଞ୍ଚ ହେବ ବୋଲି ସୂଚନା ରହିଛି ।
କାୱାସାକିର ୨୦୨୧ ମଡେଲ ନିଂଜା ୪୦୦ ରେ କଲର ଅପସନ ସହିତ ଏଥିରେ ୩୯୯ ସିସି ର ବିଏସ୬, ପାରାଲାଲ-ଟବିନ ଏବଂ ଲିକ୍ୟୁଡି ଫୁଏଲ୍ଡ ଇଞ୍ଜିନ ବ୍ୟବହାର କରାଯାଇଛି । ସମ୍ପୂର୍ଣ୍ଣ ଭାବେ ଏହାକୁ ନୂତନ ଗ୍ରାଫିକ୍ସ ସହ ଲଞ୍ଚ କରାଯିବ ।
ଯଦି ଦାମ୍ କଥା କହିବା ତେବେ ନିଂଜା ୪୦୦ ର ବିଏସ୪ ମଡେଲର ବର୍ତ୍ତମାନ ଦାମ ୪.୯୯ ଲକ୍ଷ ରହିଛି । ସେହିପରି ନୂତନ ୨୦୨୧ ମଡେଲ ନିଂଜା ୪୦୦ ଦାମ ଏହାଠାରୁ ୧୫ ରୁ ୨୦ ଟଙ୍କା ଅଧିକରେ ଲଞ୍ଚ କରାଯାଇପାରେ ।