ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସଧାରଣ ବିଭିନ୍ନ ଖାଦ୍ୟରେ ଲବଙ୍ଗ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ । ଲବଙ୍ଗରେ ଅନେକ ଔଷଧୀୟ ଗୁଣ ରହିଛି । ଯେଉଁଥି ପାଇଁ ଏହାକୁ ଅନେକ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ । କେବଳ ଏତିକି ନୁହେଁ ପୂଜା ଏବଂ ହୋମ ରେ ମଧ୍ୟ ଲବଙ୍ଗ ବ୍ୟବହାର କରାଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଲବଙ୍ଗ ସେବନର ଜବରଦସ୍ତ ଫାଇଦା ବିଷୟରେ ।
ଲବଙ୍ଗର ଫାଇଦା:
– ଦାନ୍ତ ଯନ୍ତ୍ରଣା ପାଇଁ ଲାଭଦାୟୀ ହୋଇଥାଏ ଲବଙ୍ଗ । ଲବଙ୍ଗ ତେଲ ଦ୍ୱାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ । ଏହାଦ୍ୱାରା ଦାନ୍ତମୂଳ ଫୁଲା ବି କମ ହୋଇଯାଏ । ସେହିପରି ପାଟି ରୁ ଇଂଫେକ୍ସନ ବ୍ୟାପିବାରୁ ରକ୍ଷା କରିଥାଏ ଲବଙ୍ଗ ।
– ଲବଙ୍ଗ ବାସ୍ନାରେ ବାନ୍ତି, ମନ ଅସ୍ଥିର ଭଳି ସମସ୍ୟା ଦୂର ହୋଇଥାଏ । ବାନ୍ତି ପାଇଁ ଲବଙ୍ଗ ପାଉଡରକୁ ମହୁରେ ମିଶାଇ ବ୍ୟବହାର କରାଯାଇଥାଏ ।
– ପାଚନ ତନ୍ତ୍ର ସଠିକ୍ ରଖିବାରେ ସହାୟକ ହୋଇଥାଏ ଲବଙ୍ଗ । ଏହାଦ୍ୱାରା ପେଟ ଫୁଲିବା, ପେଟ ବିନ୍ଧା, ବାନ୍ତି ସମସ୍ୟା ଦୁର ହୋଇଥାଏ ।
– ଲବଙ୍ଗରେ ଥିବା ଆଣ୍ଟି-ଇନଫ୍ଲେମେଟରୀ ତତ୍ୱ ଆଂଠୁ ଗଣ୍ଠି ଦରଜ କମ କରିବା ସହ ଫୁଲାକୁ ବି କମ କରିଥାଏ ।
– ସେହିପରି ମୁହଁରେ ବ୍ରଣ, କଳା ଦାଗ ଆଦି ଦୂର କରିଥାଏ ଲବଙ୍ଗ । ଏହାଦ୍ୱରା ଇଂଫେକ୍ସନ ବି ଭଲ ହୋଇଯାଇଥାଏ । ଗୋଟେ କି ଦୁଇ ବୁନ୍ଦା ଲବଙ୍ଗ ତେଲକୁ ନଡିଆ ତେଲରେ ମିଶାଇ ଦିନରେ ଦୁଇଥରେ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।