ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୋନୁ ସୁଦ ଫିଲ୍ମରେ ନକାରାତ୍ମକ ଭୂମିକା ଗ୍ରହଣ କରିପାରନ୍ତି। କିନ୍ତୁ ବାସ୍ତବ ଜୀବନରେ ସେ ଜଣେ ହିରୋ । ଏବେ ସିଭିଲ ସର୍ଭିସ ଆଇଏସ ପାଠ ପଢା ପାଇଁ ଆଉ ହେବ ନାହିଁ ଅସୁବିଧା । କାରଣ ଆଉ ଏକ ନୂଆ ସ୍କଲାର୍ସିପ ଯୋଜନା ଯୋଡି ହୋଇଯାଇଛି ଏହି ପାଠପଢାରେ । ଆଉ ତାକୁ ଯୋଡିଛନ୍ତି ସୋନୁ ଦୁଦ । ହୁଏତ ରିଲ ଲାଇଫରେ ସେ ଖଳନାୟକ , କିନ୍ତୁ ରିଅଲ ଲାଇଫରେ ସେ ହେଉଛନ୍ତି ପ୍ରକୃତ ହିରେ।। ସେ ନିଜ କାର୍ୟ୍ୟ ଦ୍ୱାରା ଏହା ନିଜେ ପ୍ରମାଣ କରିଛନ୍ତି । ମହାମାରୀ ସମୟରେ ସୋନୁ ଯେଉଁଭଳି ଭାବରେ ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ତାହା କାହା ପାଇଁ କରିବା ସହଜ ନୁହେଁ। ତାଙ୍କୁ ଯିଏ ବି ସାହାଯ୍ୟ ମାଗୁଛି ସେ କିଛି ବି ନଭାବି ସାହାଯ୍ୟର ହାତ ବଢାଇ ଦେଉଛନ୍ତି । ତେଣୁ ବର୍ତ୍ତମାନ ଏଜୁକେଶନ ଫିଲ୍ଡରେ ସୋନୁ ଏକ ବଡ ପଦକ୍ଷେପ ନେଇଛନ୍ତି । ଆଇ IAS ପ୍ରସ୍ତୁତିକାରୀଙ୍କୁ ସାହାଯ୍ୟ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଯେଉଁଥି ପାଇଁ ସେ ଏକ ଛାତ୍ରବୃତ୍ତି ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି। ସୋନୁ ସୁଦ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କୁ ସୋନୁ ସଙ୍ଗେ ସଙ୍ଗେ ସହାୟତା ପ୍ରଦାନ କରୁଛନ୍ତି । ସୋନୁ ସୁଦ ତାଙ୍କ ମାଆଙ୍କର ୧୩ ତମ ମୃତ୍ୟୁ ବାର୍ଷିକରେ ଏହା ଘୋଷଣା କରିଥିଲେ । କାରଣ ତାଙ୍କ ମାଙ୍କର ଏହିପରି ଇଚ୍ଛା ମଧ୍ୟ ଥିଲା । ଏହି କାରଣରୁ ସେ ଦେଶରେ ଶିକ୍ଷାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ତମ କାର୍ୟ୍ୟ କରିଛନ୍ତି। ସୋନୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହା କହିଛନ୍ତି। ସୋନୁ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଜରିଆରେ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟରେ ସେ ଲେଖିଛନ୍ତି, ‘ମୋ ମା ଅକ୍ଟୋବର ୧୩ ରେ ଏଇ ଦୁନିଆ ଛାଡିଦେଇଥିଲେ । ତାଙ୍କ ମୃତ୍ୟୁ ପରେ ସେ ଶିକ୍ଷାର ଏକ ଉତ୍ତରାଧିକାରୀ ଛାଡିଥିଲେ। ଆଜି ତାଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମୁଁ ଏକ ପ୍ରତିଶ୍ରୁତି ଦେଇଛି ଯେ ପ୍ରଫେସର ସରୋଜ ସୁଦ ସ୍କଲାରସିପ୍ ଅଧୀନରେ ମଁ ଆଇଏଏସ୍ ହେବା ପାଇଁ ଲୋକଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବି। ଏହା ପୂର୍ବରୁ ମଧ୍ୟ ସୋନୁ ସୁଦ ଛାତ୍ରମାନଙ୍କୁ କ୍ରମାଗତ ଭାବରେ ସାହାଯ୍ୟ କରିଆସୁଛନ୍ତି । ସେ କିଛି ଦିନ ପୂର୍ବରୁ ଏକ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ଗରିବ ପିଲାମାନଙ୍କୁ ସେମାନଙ୍କ ଅଧ୍ୟୟନରେ ସାହାଯ୍ୟ କରିବା ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ, ଯେକୌଣସି ପିଲା ଯିଏ ବହି ଆବଶ୍ୟକ କରେ, ଅଧ୍ୟୟନ ପାଇଁ ସ୍ମାର୍ଟଫୋନ୍ ଆବଶ୍ୟକ କରେ, ତେବେ ସୋନୁ ଏହିପରି ପିଲାମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ତେଣୁ ସୋନୁ ସୁଦଙ୍କ ଏହି ପଦେକ୍ଷପ ପ୍ରସଂଶା ଯୋଗ୍ୟ ।