ମୁମ୍ବାଇ(ଏଟିଆର ବ୍ୟୁରୋ): ଟେଲିଭିଜନ ରିଆଲିଟି ସୋ ବିଗ୍ ବସ୍ ୧୪ ରେ ରୋମାଞ୍ଚକର ପ୍ରତିଯୋଗିତା ଆରମ୍ଭ ହୋଇଛି । ବିଗ୍ ବସ୍ ୧୪ ଏପର୍ୟ୍ୟନ୍ତ ବାକି ଏପିସୋଡ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥର ତିନିଜଣ ପୁରୁଣା ପ୍ରତିଯୋଗୀଙ୍କୁ ସିନିୟର ଭାବେ ଘର ଭିତରକୁ ଅଣାଯାଇଛି । ଯେଉଁମାନେ ଘରର ନୂଆପ୍ରତିଯୋଗିଙ୍କ ଉପରେ ନିଜର ହୁକୁମ ଚଲାଉଛନ୍ତି । । ଏହା ମଧ୍ୟରେ ଜଣେ ସଦସ୍ୟଙ୍କର ବିଗ୍ ବସ୍ ହାଉସରୁ ବିଦାୟ ମଧ୍ୟ ହୋଇଯାଇଛି । ବାସ୍ତବରେ, ବିଗ୍ ବସ୍ ୧୪ ର ଏକ ଏପିସୋଡରେ ନୋମିନେସଲନ ପ୍ରକ୍ରିୟା ଘର ଭିତରେ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସମସ୍ତ ନୂତନ ପ୍ରତିଯୋଗୀମାନେ ପରସ୍ପରକୁ କାରଣ ଦର୍ଶାଇ ମନୋନୀତ କରିଥିଲେ । ତେବେ ଅଧିକାଂଶ ଭୋଟ୍ ନିଶାନ୍ତଙ୍କ ବିପକ୍ଷରେ ଥିଲା । କିନ୍ତୁ ସେହି ସମୟରେ ସମସ୍ତ ନୂତନ ପ୍ରତିଯୋଗୀମାନେ ଆଶ୍ଚର୍ୟ୍ୟ ହୋଇଗଲେ ଯେତେବେଳେ ବିଗ୍ ବସ୍ ସିନିୟର ପ୍ରତିଯୋଗୀମାନଙ୍କୁ ବିଶେଷ ଶକ୍ତି ପ୍ରଦାନ କରିଥିଲେ । ନୋମିନେସନ ପ୍ରକ୍ରିୟା ସମାପ୍ତ ହେବା ପରେ, ବିଗ୍ ବସ୍ କୌଣସି ଏକ ସଦସ୍ୟଙ୍କୁ ଘରୁ ବାହାର କରିବା ପାଇଁ ସିନିୟର ପ୍ରତିଯୋଗୀମାନଙ୍କୁ ଅର୍ଥାତ୍ ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ୍ ଏବଂ ଗୌହର ଖାନଙ୍କୁ ଶକ୍ତି ପ୍ରଦାନ କରିଥିଲେ। ସିଦ୍ଧାର୍ଥ ସାରାଙ୍କ ନାମ ନେଇଥିବାବେଳେ ହିନା ଏବଂଗୌହର ଖାନ ନିଶାନ୍ତଙ୍କ ନାମରେ ସହମତ ହୋଇଥିଲେ। ଅବଶ୍ୟ, ଯେତେବେଳେ ବିଗ୍ ବସ୍ ଏହି ତିନିଜଣଙ୍କ ନିଷ୍ପତ୍ତି ପଚାରିଲେ, ସେମାନେ ସମସ୍ତେ ସାରାଙ୍କ ନାମ ନେଇଥିଲେ । ଫଳସ୍ୱରୂପ, ସାରା ଗୁରୁପାଲ ବିଗ୍ ବସ୍ ଘରୁ ବାହାରିଛନ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ନିକ୍କି ତାମ୍ବୋଲିଙ୍କ ଖେଳକୁ ନେଇ ବିଗ୍ ବସ୍ ସୋକୁ ସମାଲୋଚନା କରିଛନ୍ତି । ମିଶା ଗର୍ଗ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ୱିଟରରେ ଲେଖିଛନ୍ତି, ସିନିୟରମାନେ ଏହି ଶୋ’ର ଅଂଶ ହେବା ଠିକ୍ ନୁହେଁ। ସମସ୍ତେ କ’ଣ କରୁଛନ୍ତି ତାହା ସେ ଜାଣନ୍ତି ନାହିଁ । ବିଗ୍ ବସ୍ ର ପ୍ରୋମୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାବାନେ ନାମକ ଜଣେ ଉପଭୋକ୍ତା ଟ୍ୱିଟରରେ ଲେଖିଛନ୍ତି, ‘ତୁମେ ସମ୍ପୂର୍ଣ୍ଣ ଭୁଲ୍। ଯଦି ଏହା ଚଳିତ ବର୍ଷ ଠାରୁ ନହୁଏ, ତେବେ ଡିସେମ୍ବର ପୂର୍ବରୁ ଶୋ ବନ୍ଦ ହୋଇଯିବ ଏବଂ ଟିଆରପି ଆସିବା ବନ୍ଦ ହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024