ବାଲେଶ୍ୱର (ଏଟିଆର ବ୍ୟୁରୋ):ଓଡିଶାର ବାଲେଶ୍ୱର ଜିଲ୍ଲାରେ ଚନ୍ଦନେଶ୍ୱର ନାମକ ଏକ ପ୍ରମୁଖ ଶିବ ମନ୍ଦିର ଅବସ୍ଥିତ । ଏହା ହେଉଛି ପ୍ରଚୀନ କାଳର ବହୁ ପୁରାତନ ମନ୍ଦିର । ଏହି ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ସୁନ୍ଦର । ଏହି ମନ୍ଦିରର ଅନ୍ୟ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଲା କଳା ମୁଗୁନି ପଥରରେ ନିର୍ମିତ ନନ୍ଦିଙ୍କ ମୂର୍ତ୍ତି ।
ଭଗବାନ ଚନ୍ଦନେଶ୍ୱରଙ୍କର ପବିତ୍ର ମନ୍ଦିର କେବଳ ବାଲେଶ୍ୱର ଜିଲାରେ ଥିବା ଲୋକମାନଙ୍କ ପାଇଁ ନୁହେଁ ଏହା ଏଭଳି ଏକ ଧାର୍ମିକ କେନ୍ଦ୍ର ଯାହା ପଶ୍ଚିମ ବଙ୍ଗଳାର ଲୋକ ମାନଙ୍କ ପାଇଁ ମଧ୍ୟ । ଓଡିଆ ପଣା ସଂକ୍ରାନ୍ତିରେ ଏଠାରେ ବିରାଟ ମେଳାର ଆୟୋଜନ କରାଯାଏ । ଅନେକ ଭକ୍ତ ଏହି ମେଳା ଦେଖିବାକୁ ଆସିଥାନ୍ତି ।
ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ଅପ୍ରେଲ ମାସରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ମାସର ପ୍ରତ୍ୟେକ ସପ୍ତାହରେ ଏଠାରେ ମେଳା ପଡିବା ସହ ଏକତ୍ର ଶହ ଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।
ଏହି ମନ୍ଦିର ବାଲେଶ୍ୱର ଟାଉନରୁ ୧୦୦ କିଲୋମିଟର ଦୂରତ୍ୱ ତଥା ଜଳେଶ୍ୱର ଠାରୁ ୪୨ କିଲୋମିଟର ଦୂରତାରେ ଏବଂ ଦିଘା ଠାରୁ ୬ କିଲୋମିଟର ଦୂରତାରେ ରହିଛି ।