ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଆଉ ଯାତ୍ରୀଙ୍କଠାରୁ ଅଧିକ ବସ୍ ଭଡା ଆଦାୟ କରି ପାରିବେ ନାହିଁ ବସ୍ ମାଲିକ । ନିୟମ ଉଲ୍ଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ଗତ ଜୁଲାଇ ମାସରୁ ବସ ଭଡା ଅପରିବର୍ତ୍ତିତ ରହିଛି । କିନ୍ତୁ କିଛି ବସ ମାଲିକ ନିୟମ ଅବମାନନା କରି ଯାତ୍ରୀଙ୍କୁ ଠାରୁ ନିର୍ଦ୍ଧାରିତ ଭଡା ଠାରୁ ଅଧିକ ଭଡା ଆଦାୟ କରୁଥିବାର ନଜରକୁ ଆସିଛି । ଏହାପରେ ଏବେ ଏହାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଗୁରୁତର ସହ ନେଇଛି ।
ରାଜ୍ୟରେ ନିର୍ଦ୍ଧାରିତ ବସ ଭଡା ଠାରୁ ଅଧିକ ଭଡା ଆଦାୟ କରିବା ଅର୍ଥ ଏହା ଖୋଲାଖୋଲି ଭାବେ ପରିମିଟ୍ ସର୍ତ୍ତର ଉଲ୍ଲଂଘନ କରୁଛି । ଏହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।