ପୁରୀ (ଏଟିଆର ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସୀ ଖବର । ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ । ଏହା ରାଜ୍ୟର ଦ୍ୱିତୀୟ ଇକୋ ରିଟ୍ରିଟ । ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣ ନିକଟରେ ଇକୋ ରିଟ୍ରିଟ ଆରମ୍ଭ ହେବ । ୩ ମାସ ଧରି ଏହା ଚାଲିବ । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଇକୋ ରିଟ୍ରିଟ ଫେଷ୍ଟିଭାଲ ଆୟୋଜିତ କରାଯାଉଛି । ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଏବଂ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।
ଏହି ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଡିସେମ୍ବର ୧ ରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।
ଚଳିତବର୍ଷ କୋଣାର୍କ ସମେତ ରାଜ୍ୟର ଅନ୍ୟ ଚାରୋଟି ସ୍ଥାନ ତଥା ହୀରାକୁଦ, ଦାରିଙ୍ଗବାଡି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ କରିବାର ବ୍ୟବସ୍ଥା କରାଯାଉଛି । ଏହି ସ୍ଥାନରେ ପର୍ଯ୍ୟଟଙ୍କଙ୍କୁ ମିଳି ପାରିବ ଇକୋ ରିଟ୍ରିଟ ସୁବିଧା ।