ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ସବୁବେଳେ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ନେଇ ଆସୁଛି । ସେହିପରି ଏବେ ଶୁଣିବାକୁ ମିଳୁଛି କି ବହୁତ ଶୀଘ୍ର ଆଉ ଏକ ଫିଚର ଫେସ୍ ଅନଲକ୍ ଆସିବାକୁ ଯାଉଛି । ଏହି ଆପ୍ ରେ ଆଣ୍ଡ୍ରୋଏଡ ୟୁଜର୍ସ ଏପର୍ଯ୍ୟନ୍ତ ଫିଙ୍ଗରପ୍ରିଣ୍ଟ ଲକ୍ ବ୍ୟବହାର କରୁଥିଲେ । କିନ୍ତୁ ଏବେ ବହୁତ ଶୀଘ୍ର ଫେସ୍ ଅନଲକ୍ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଅନ୍ୟପଟେ ଆଇଓଏସ ପାଇଁ ହ୍ୱାଟ୍ସଆପ୍ ରେ ପୂର୍ବରୁ ଫେସ୍ ଅନଲକ୍ ଫିଚର ଦିଆସରିଛି ।
ୱାବେଟାଇନଫୋ କୁ ହ୍ୱାଟ୍ସଆପ୍ ର ବିଟା ବିଲ୍ଡ ୨.୨୦.୨୦୩.୩ ରେ ଏହି ଆଗାମୀ ଆଣ୍ଡ୍ରୋଏଡ ଫିଚର ବିଷୟରେ ଜାଣିବାକୁ ମିଳିଛି । ମାତ୍ର ଏହି ଫିଚର କେବେ ଲଞ୍ଚ ହେବ ସେନେଇ କୌଣସି ଆଧିକାରିକ ସୂଚନା ମିଳି ପାରିନାହିଁ । କିନ୍ତୁ କୁହାଯାଉଛି କି ଏହି ଫିଚର ଆଣ୍ଡ୍ରୋଏଡ ୟଜର୍ସଙ୍କ ପାଇଁ ରୋଲ ଆଉଟ କରାଯିବ ।
ହ୍ୱାଟ୍ସଆପ୍ ର ଏହି ନୂତନ ଫିଚର ଫୋନ ଚେଞ୍ଜ କରିବା ପରେ କାମ କରିବ । ଅର୍ଥାତ ସ୍ମାର୍ଟଫୋନ ବଦଳାଇବା ପରେ ବି ପୁରୁଣା ଫୋନର ଫେଓ ଅନଲକ୍ ଦ୍ୱାରା ଆପ୍ ଓପେନ କରିପାରିବେ ।