କେନ୍ଦୁଝର,(ଏଟିଆର ବ୍ୟୁରୋ): ଟ୍ରାକ ଉପରେ ଜଳୁଛି ଟ୍ରେନ । ତାହା ପୁଣି ହୁତୁହୁତୁ ହୋଇ । ଏଭଳି ଏକ ଘଟଣା ଏଥରକ ଓଡିଶାରେ ଘଟିଛି । ଯଦିଓ ଏଥିରେ କାହାର କିଛି କ୍ଷତି ହୋଇନାହିଁ ତଥାପି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ପୁଣି ଆଙ୍ଗୁଳି ଉଠିଛି ରେଳ ବିଭାଗ ଉପରେ ।
ରିପୋର୍ଟ କହୁଛି, କେନ୍ଦୁଝର-ଭୁବନେଶ୍ୱର ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ସବୁଠୁୁ ବଡ଼କଥା ହେଉଛି ସିଆରପିଏଫ ଯବାନ ମାନେ ବୁକ କରିଥିବା କୋଚରେ ହିଁ ଏହି ଅଘଟଣ ଘଟିଛି । ନିଆଁ ଲାଗିବାର କାରଣ ଏଯାବତ ଜଣାପଡିନାହିଁ । ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଟ୍ରେନଟି ଚିଲିକିଦରା ଷ୍ଟେସନରେ ଅଟକି ରହିଥିବା ସୂଚନା ମିଳିଛି ।