ଭୁୁବନେଶ୍ୱର(ଏଟିଆର ବ୍ୟୁରୋ):ଦେଶର ପ୍ରଥମ ରାଜ୍ୟ ଭାବେ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରିଥିଲା ଓଡ଼ିଶା ।ସେହିଭଳି ନୀତି ଆୟୋଗ ପୁସ୍ତକ ମିଟିଗେସନ ଆଣ୍ଡ ମ୍ୟାନେଜମେଣ୍ଟଅଫ୍ କୋଭିଡ଼ ୧୯ ରେ ରାଜ୍ୟର କୋଭିଡ଼ ପରିଚାଳନା ସଂପର୍କରେ ସ୍ଥାନ ପାଇଛି । ପୁସ୍ତକରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କୋଭିଡ଼ ପରିଚାଳନା ସର୍ମ୍ପକିତ ଅନୁଭବକୁ ଦର୍ଶାଯାଇଛି ।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି , ସଚେତନା ସୃଷ୍ଟି ତଥା ବ୍ୟବହାରରେ ପରିବର୍ତ୍ତନ , କ୍ଷମତା ବୃତ୍ତି ତଥା ସ୍ୱାସ୍ଥ୍ୟ ୱାର୍କଫୋର୍ସର ବିକାଶ , ପ୍ରବାସୀ ଶ୍ରମିକମାନଙ୍କ ପସଙ୍ଗକୁ ନେଇ ଉଲ୍ଲେଖ କରାଯାଇଛି । ପିଲାମାନଙ୍କୁ ସଚେତନ କରିବା ପାଇଁ ଅନଲାଇନରେ ମୋ ପ୍ରତିଭା ଆୟୋଜନ କରାଯାଇଥିଲା ।
ସ୍ୱାସ୍ଥ୍ୟ କର୍ମୀଙ୍କ ଆଗୁଆ ଦରମା ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତଗତ ଭାବେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିବା କଥା ପୁସ୍ତକରେ ସ୍ଥାନ ପାଇଛି ।ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।
କାର୍ଯ୍ୟରତ ଥିବା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା , ଗଣମାଧ୍ୟମ କର୍ମୀମାନଙ୍କୁ କର୍ତ୍ତବ୍ୟ ସମୟରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କା ସହାୟତା ପଦକ୍ଷେପ ସମ୍ପକରେ ପୁସ୍ତକରେ ଉଲ୍ଲେଖ କରାଯାଇଛି କରୋନା ମହାମାରୀ ସମୟରେ ୫ ଲକ୍ଷ ପ୍ରବାସୀଙ୍କୁ ଫେରାଇ ଆଣିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।
ସରପଞ୍ଚମାନଙ୍କର ଶପଥ ନେବା ତଥା ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ଭଳି ଅନ୍ୟ କାର୍ଯ୍ୟଗୁଡ଼ି୍କ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।