ଭୁବନେଶ୍ୱର(ଏଟିଅରେ ବ୍ୟୁରୋ):ସାଧାରଣତଃ ଡ଼୍ରାଏ ଫ୍ରୁରଟସରେ ବୁଭିନ୍ନ ପ୍ରକାର ପୋ÷ଷ୍ଟିକ ତତ୍ତତ୍ତ୍ୱରହିବା ସହ ମେମିକାଲ ନଥିବାରୁ ଏଗୁଡ଼ିକୁ ଖାଇବା ପାଇଁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଆଲଢମଣ୍ଡ, ଅଖରୋଟ, ଚିନାବାଦାମ, ଓ କାଜୁ , ଖିସମିସ, ପରି ଖଜୁରୀ ହେଉଛି ଗୋଡିଏ ଡ଼୍ରାଏ ଫ୍ରୁରଟସର ଉଦାହରଣ ।
ଖଜୁରୀକୁ କ୍ଷାର ସହ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ ।
ଶରୀରରେ ବ୍ଲଡ଼ ସୁଗାରର ମାତ୍ରା ବଢିଲେ ଡ଼ାଇବେଟିସ ହେବାର ଆଶଙ୍କା ରହିଥାଏ । ଏଥିପାଇଁ ଡ଼ାଇବେଟିସ ରୋଗୀଙ୍କୁ ସପ୍ତାହକୁ ଦୁଇ ରୁ ତିନି ଥର ଖଜୁରୀ ଖାଇବାକୁ ଦିଅନ୍ତିୁ ।ଏହା ଦ୍ୱାରା ଡ଼ାଇବେଟିସ ନିୟନ୍ତ୍ରଣ ରହିଥାଏ ।
ଖଜୁରୀରେ ଥିବା ଆଣ୍ଟି ଆକ୍ସିଡ଼େଣ୍ଟ ତ୍ୱଚାକୁ ଚମକାଇଥାଏ । ଖଜୁରୀରେ ଥିବା ଆଣ୍ଟି ଆକ୍ସିଡ଼େଣ୍ଟ ଶରୀରକୁ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ।
ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ କ୍ରିୟା ଠିକ ରହିବା ସହିତ ପେଟଜନିତ ସମସ୍ତ ସମସ୍ୟା ଦୁର ହୋଇଥାଏ । ତେଣୁ ଉପଯୁକ୍ତ ଫାଇବର ପାଇଁ ଖଜୁରୀ ଖାଆନ୍ତୁ ।
ଖଜୁରୀରେ କେରୋଟୋନାଇଡ଼ ଓ ଫିନୋଲିକ ଏସିଡ଼ ରହିଛି । ଏହି ଏସିଡ଼ ଶରୀରର ହାର୍ଟ ସମସ୍ୟା କୁ ଦୂର କରିଥାଏ ।
ଗର୍ଭବତୀ ମହିଳାଙ୍କୁ ଖଜୁରୀ ଖାଇବାକୁ ଦିଅନ୍ତୁ। ଖଜୁରୀ ଖାଇଲେ ଜନ୍ମ ସମୟରେ ମହିଳାଙ୍କ ଲେବର ପେନ କମ ହୋଇଥାଏ ଏବଂ ତାଙ୍କୁ ଶକ୍ତି ମିଳିଥାଏ।
ଖଜୁରୀରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ରହିଛି।ଯାହା ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିଥାଏ। ଏଥିପାଇଁ କ୍ଷୀରରେ ଖଜୁରୀ ମିଶାଇ ହାଇ ବ୍ଲଡ ପ୍ରେସର ରୋଗୀଙ୍କୁ ଖାଇବାକୁ ଦିଅନ୍ତୁ।
ଏଥିରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ କ୍ୟାଲସିୟମ ତତ୍ତ୍ୱ ହାଡ଼କୁ ମଜବୁତ କରିଥାଏ ।