ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାରି ହୋଇଛି ହାଇ ଆର୍ଲଟ । ତାହା ପୁଣି ରାଜ୍ୟ ରାଜଧାନୀ ଦିଲ୍ଲୀରେ । ସାଧାରଣତଃ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ହାଇ ଆର୍ଲଟ ଜାରି ହୋଇଥାଏ । ଏବେ କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ଜାରି ହୋଇଛି ହାଇ ଆର୍ଲଟ ।
ଯାହାକୁ ବେଶ ଗୁରୁତର ସହ ନେଇଛି ପୁଲିସ । ସବୁଆଡେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ବିଶେଷ କରି ଏୟାରପୋର୍ଟ ଉପରେ ରଖାଯାଇଛି କଡ଼ା ନଜର । କୌଣସି ବିମାନ ଯେପରି ହ୍ୟାକ ନହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାଛଡ଼ା ରେଳଷ୍ଟେସନ, ବସଷ୍ଟାଣ୍ଡ ଓ କିଛି ମଲ ଉପରେ ମଧ୍ୟ ନଜର ରଖାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।