ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ଯୁବ ପିଢୀମାନେ ନିଜ ମନପସନ୍ଦର ଜୀବନସାଥୀ ଖୋଜିବା ପାଇଁ ଅନଲାଇନ ସାହାରା ନେଉଛନ୍ତି । ଯେପରିକି ମ୍ୟାଟ୍ରିମୋନିଆଲ ସାଇଟ । ଏହି ସାଇଟ୍ କୁ ନେଇ ପ୍ରାୟତଃ ଫେକ ବୋଲି କହିଥାନ୍ତି । ଏସବୁ ଜାଣିବା ପରେ ମଧ୍ୟ ଅନେକ ବ୍ୟକ୍ତି ଅନଲାଇନରେ ଜୀବନସାଥୀ ଖୋଜୁଛନ୍ତି । ସେହି ସମୟରେ ବିଶେଷ ଝିଅମାନେ ସାବଧାନ ରହିବା ଜରୁରୀ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଅନଲାଇନରେ ଜୀବନସାଥୀ ଖୋଜିବା ବେଳେ କେଉଁ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।
– ଯଦି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କର ପ୍ରୋଫାଇଲ ପସନ୍ଦ ଆସିଛି ଏବଂ ତାପରେ ତାଙ୍କ ସହ କଥା ବାର୍ତ୍ତା ହେବା ଆରମ୍ଭ କରି ସାରିଲେଣି, କିନ୍ତୁ ଆପଣଙ୍କର ସମସ୍ତ ସବିଶେଷ ତଥ୍ୟ ଯେପରି ସେୟାର ନକରନ୍ତି ସେଥିପ୍ରତି ଧ୍ୟାନ ରଖିଥିବେ । କାରଣ ଏହାଦ୍ୱାରା ପର ମୁହୁର୍ତ୍ତରେ ଅସୁବିଧା ହେବାର ଆଶଙ୍କା ଥାଏ । ପ୍ରଥମେ ଆପଣ ତାଙ୍କୁ ଭଲ ଭାବରେ ଜାଣନ୍ତୁ,ଧୀରେ ଧୀରେ କଥା ହୁଅନ୍ତୁ, ତାପରେ କଥା ଆଗକୁ ବଢାନ୍ତୁ ।
– ଯଦି ଆପଣ ତାଙ୍କୁ ଚିହ୍ନିବା ପରେ ଦେଖା ହେବା ପାଇଁ ଚାହୁଁଛନ୍ତି, ତେବେ ବିଲକୁଲ ଏକୁଟିଆ ଯାଆନ୍ତୁ ନାହିଁ । ଆପଣଙ୍କ ସହିତ ଭଲ ବନ୍ଧୁଙ୍କୁ ନେଇ ଯାଆନ୍ତୁ । ଯାହାଦ୍ୱାରା ଆପଣ ସୁରକ୍ଷିତ ଅନୁଭବ କରିପାରିବେ ।
– ଯାହା ପ୍ରୋଫାଇଲ ରେ ଦେଇଥିବେ ତାହା ଠିକ୍ ଭାବି ଚୁପ ରହି ଯାଆନ୍ତୁନି । ସିଧାସଳଖ କଥା ହୋଇ ତାଙ୍କର ଏବଂ ତାଙ୍କ ପରିବାରର ସମସ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରୁନ୍ତୁ ।
– ଯେତେବେଳେ ଆପଣଙ୍କୁ ସବୁକିଛି ଠିକ୍ ଲାଗିବ ସେବେ ଆପଣ ଘରେ କୁହନ୍ତୁ । ଏବଂ ଦୁଇ ପରିବାର ଏକାଠି ବସି ଏହି ବିଷୟରେ କଥା ହୁଅନ୍ତୁ ।