ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ କଲବଲ କରି ରଖିଛି ମହାମାରୀ କରୋନା । ଏବେ ଏହି ଭାଇରସକୁ ମାତ୍ ଦେବା ଲାଗି ଟୀକା ଅପେକ୍ଷାରେ ସମସ୍ତେ । ଏହାରି ମଧ୍ୟରେ ଦେଶରେ ଟୀକାକରଣ ଅଭିଯାନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଲାଣି । ନକ୍ସଲ ପ୍ରଭାବିତ ଅଞ୍ଚଳରେ କରୋନା ଟୀକା ଉପଲବ୍ଧତା ଠାରୁ ଆରମ୍ଭ କରି ଟୀକାକରଣ କେନ୍ଦ୍ରରେ ଭିଡକୁ ନିୟନ୍ତ୍ରିତ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କରିଛନ୍ତି ସରକାର । ସାରା ଦେଶରେ କରୋନା ଟୀକାର ରୋଲ-ଆଉଟ ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବ୍ୟତିତ ପାଖାପାଖି ୨୦ ମନ୍ତ୍ରାଳୟ ଏବଂ ୨୩ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, କରୋନା ପାଇଁ ନେସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନ ର ମାର୍ଗଦର୍ଶନରେ ଅନେକ ମନ୍ତ୍ରାଳୟ ଏବଂ ବିଭାଗ ,ଟୀକାକରଣ ଅଭିଯାନରେ ସହାୟକ ପାଇଁ ଲାଗିଛନ୍ତି ।
ଟୀକାକରଣ ପାଇଁ ଜାରି ଏସଓପି ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କି, କୋର୍ଡିନେସନ ମେକାନିଜିମ୍ କୁ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରସ୍ତୁତ କରାଯାଇଛି ।
ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦେଶରେ ପାଖାପାଖି ୮୨ ଲକ୍ଷ ସାଇଟ୍ସ ରହିଛି । କିନ୍ତୁ କୋଭିଡ ଟୀକାକରଣ ପାଇଁ ସବୁ ସାଇଟ୍ସ ଉପଯୁକ୍ତ ନୁହେଁ । ୟୁନିଭର୍ସାଲ ଇମ୍ୟୁନାଇଜେସନ ପ୍ରୋଗ୍ରାମ (ୟୁଆଇପି) ଅନୁଯାୟୀ, ଯେଉଁ ସାଇଟ୍ସକୁ ବ୍ୟବହାର କରିବା କଥା ତାକୁ କରାଯିବ । ଏହାସହିତ ଭାରତ ନିକଟରେ ୨୮,୯୦୦ ରୁ ଅଧିକ କୋଲ୍ଡ ଚେନ୍ ପଏଣ୍ଟଓ ଏବଂ ୮୫ ହଜାରରୁ ଅଧିକ ଉପକରଣ ରହିଛି । ଏହି ନେଟୱର୍କକୁ ବଢାଇବାର ଆବଶ୍ୟକତାକୁ ଲଗାତର ଦୋହରାଉଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି, ଟୀକାକରଣ ପାଇଁ ନିର୍ବାଚନ ପ୍ରକ୍ରିୟା ଭଳି ବୁଥ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି କରାଯାଇଛି । ୭୧୯ ଜିଲ୍ଲାରେ ପାଖାପାଖି ୫୭ ହଜାର ପ୍ରତିଭାଗି ନିଜର ଟ୍ରେନିଙ୍ଗ ପୁରା କରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୯୬ ହଜାର ଭ୍ୟାକ୍ସିନେଟର୍ସକୁ ପ୍ରଶିକ୍ଷିତ କରାଯାଇ ସରିଛି ।