ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ ଜୀବନରେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ଯେଉଁଥି ପାଇଁ ଅନେକ ଲୋକ ନିଜର ଆତ୍ମବିଶ୍ୱାସ ହରାଇ ନିରାଶ ହୋଇଥାନ୍ତି । ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ,ବ୍ୟବସାୟ, ଚାକିରି, ଶିକ୍ଷା ଆଦିରେ ସଫଳତା ପାଇଁ ଆପଣାନ୍ତୁ କିଛି ଉପାୟ । ଏହି ଉପାୟ ଆପଣାଇଲା ପରେ ଅପାଣଙ୍କ ଜୀବନରେ ଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ ।
– କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଆପଣ ଘରୁ ବାହାରିଲା ବେଳେ ହାତରେ ଏକ ରୁଟି ନେଇ ବାହାରନ୍ତୁ । ଏହାପରେ ସେହି ରୁଟିକୁ ରାସ୍ତାରେ ଥିବା କାଉଙ୍କ ଆଗରେ ଖଣ୍ଡ କରି ପକାଇ ଦେଇ ଆଗକୁ ବଢି ଚାଲନ୍ତୁ ।
– ଯଦି କୌଣସି ଶୁଭ କାମରେ ଯାଉଛନ୍ତି ତେବେ ହାତରେ ଏକ ଲେମ୍ବୁ ନିଅନ୍ତୁ । ସେହି ଲେମ୍ବୁରେ ୪ଟି ଲବଙ୍ଗ ଫୋଡି ଦିଅନ୍ତୁ, ତାସହିତ ଓଁ ଶ୍ରୀ ହନୁମଂତେ ନମଃ ମନ୍ତ୍ରକୁ ୨୧ଥର ଯପ କରି ସେହି ଲେମ୍ବୁଟିକୁ ନିଜ ପାଖରେ ରଖନ୍ତୁ । ଏହାଦ୍ୱାରା କାର୍ଯ୍ୟରେ କୌଣସି ବାଧା ବିଘ୍ନ ଦେଖା ଦେଇ ନଥାଏ ।
– ଘରୁ ବାହାରିଲା ବେଳେ ସର୍ବଦା ଶ୍ରୀ ଗଣେଶାୟ ନମଃ ଉଚ୍ଚାରଣ କରି ଗୁଡ ଖାଇ ପାଣି ପିଇ ବାହାରନ୍ତୁ । ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।
– ଘରର ଦ୍ୱାରବନ୍ଧରେ କିଛି ଗୋଲମରିଚ ବିଛାଇ ଦିଅନ୍ତୁ, ତାପରେ ସେହି ଗୋଲମରିଚ ଉପରେ ପାଦ ଦେଇ ବାହାରକୁ ବାହାରି ଯାଆନ୍ତୁ । ସେହି ସମୟରେ କଦାପି ପଛକୁ ଚାହାଁନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ବିଗିଡି ଯାଇଥିବା କାମ ହୋଇ ଯାଇଥାଏ ।