ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଶେଖ ବଚ୍ଚନଙ୍କର ଆଜି ଜନ୍ମଦିନ । ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି ଜୁନିଅର ବଚ୍ଚନ ଅଭିଶେଖ । ପୁଅ ଅଭିଶେଖ ବୟସର ଏହି ପାହାଚରେ ପହଁଚିବା ପରେ ବାପା ଅମିତାଭ ବଚ୍ଚନ ଭାବୁକ ହୋଇପଡିଛନ୍ତି । ଯାହାର ଅନ୍ଦାଜ ସୋସିଆଲ ମିଡିଆ ପୋଷ୍ଟରୁ ହିଁ ଜଣାପଡୁଛି । ଅଭିତାଭ୍ ତାଙ୍କ ଇଂଷ୍ଟାଗ୍ରାମରେ ଅଭିଶେଖଙ୍କ ସହିତ ଦୁଇଟି ଫଟୋର କୋଲାଜ୍ ପୋଷ୍ଟ କରିଛନ୍ତି । ଏଥିରେ ବିଗ୍ ବି ଏକ ସନ୍ଦେଶ ବି ଲେଖିଛନ୍ତି ।
ଇଂଷ୍ଟାଗ୍ରାମର ପୋଷ୍ଟ କୋଲାଜର ପ୍ରଥମ ଫଟୋ ବ୍ଲାକ ଆଣ୍ଡ ହ୍ୱାଇଟ ରହିଛି । ଅନେକ ବର୍ଷ ପୁରୁଣା ଏହି ଫଟୋରେ ଅମିତାଭ, ତାଙ୍କ ପୁଅ ଅଭିଶେଖଙ୍କ ହାତ ଧରି ଯାଉ ଥିବାର ଦେଖିବାକୁ ମିଳୁଛି । ସେହିପରି ଦ୍ୱିତୀୟ ଫଟୋରେ ଅଭିଶେଖ କୌଣସି କାର୍ଯ୍ୟକ୍ରମରେ ପିତା ଅମିତାଭଙ୍କ ହାତ ଧରି ନେଉଥିବା ନଜରକୁ ଆସିଛି ।
ଅନ୍ୟପଟେ, ଅମିତାଭ ବଚ୍ଚନଙ୍କ ନାତୁଣୀ ଏବଂ ଅଭିଶେଖ ଙ୍କ ଭାଣେଜୀ ନବ୍ୟା ନନ୍ଦା ମଧ୍ୟ ମାମୁଁଙ୍କୁ ଇଂଷ୍ଟାଗ୍ରାମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଜନ୍ମଦିନର ଶଭେଚ୍ଛା ବେଷ୍ଟ ଫ୍ରେଣ୍ଡ ।