ଭୁବନେଶ୍ୱର(ଏଟିଆର ବ୍ୟୁରୋ):କୋଟିଆ ପାଇଁ ବିକାଶ ମୂଳକ ଯୋଜନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୁଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଏହାକୁ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର କୋଟିଆ ଗସ୍ତରେ ଯିବେ ବୋଲି କହିଛନ୍ତି ।
ବିଭିନ୍ନ ପ୍ରକଳ୍ପ ପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେଅନ୍ୟ ସେତୁ ଓ ଭିତ୍ତିପ୍ରସ୍ତର ପାଇଁ ୫ କୋଟି ଟଙ୍କା ରଖାଯାଇଛି । ଏବଂ ସେଠାରୁ ସମଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ।କୋଟିଆ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଟିଆ ପଞ୍ଚାୟତରେ ଶିକ୍ଷା ,ସ୍ୱାସ୍ଥ୍ୟ ,ପରିବାର ,ପିଇବା ପାଣି , ବିଜୁଳି , ଆଦି ସବୁ ସୁବିଧା ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଇଛି । ଜନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ମୟୁରଭଞ୍ଜ, କୋରାପୁଟ , ଆଦି ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି ।
ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ଼ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ହସ୍ତଶିଳ୍ପୀ ମନ୍ତ୍ରୀ ପଦ୍ମିନୀ କହିଥିଲେ ମୂଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି କାରଣରୁ କୋଟିଆ ପଞ୍ଚାୟତରେ ବହୁ ଉନ୍ନତି ଆସିଛି । ଏହା କାରଣରୁ ଗାଁ ଲୋମାନେ ରାସ୍ତାଘାଟ , ପାଣିଓ ବିଜୁଳି ଆଦିର ସୁବିଧା ପାଇପାରୁଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।