ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନର ବିବାଦୀୟ ଶୋ’ ‘ବିଗବସ’ର ପୁରୁଣା ପ୍ରତିଯୋଗୀ ଅରମାନ କୋହଲି ତାଙ୍କ ଗର୍ଲ ଫ୍ରେଣ୍ଡ ନୀରୁ ରନ୍ଧୱାଙ୍କୁ ମାଡ ମାରିବା ଘଟଣା କିଛି ଦିନ ତଳେ ସମ୍ନାକୁ ଆସିଥିଲା । ଯେଉଁଥି ପାଇଁ ନୀରୁଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ରବିବାର ନୀରୁ ଅରମାନଙ୍କ ବିରୋଧରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟପଟରେ ଅରମାନ ଫେରାର ଥିବା ଘଟଣା ଶୁଣିବାକୁ ମିଳିଥିଲା । ଏହି ଘଟଣାରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ନୀରୁ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇ ସାରିଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହସ୍ପିଟାଲରୁ ଡିଶ୍ଚାର୍ଯ ହେବା ପରେ ନୀରୁ ପ୍ରଥମେ କେଉଁ କାମ କରିଥିଲେ ।
ଆଜ୍ଞା ହଁ ଅରମାନ କୋହଲିଙ୍କ ଗର୍ଲ ଫ୍ରେଣ୍ଡ ନୀରୁ ରନ୍ଧୱା ହସ୍ପିଟାଲରୁ ବାହାରିବା ପରେ ପ୍ରଥମେ ଅରମାନଙ୍କ ଘରେ ପହଁଚିଥିଲେ । ଏବଂ ସେଠାରୁ ତାଙ୍କର ସମସ୍ତ ଜିନିଷ ନେଇ ବାହାରି ପଡିଥିଲେ । ବର୍ତ୍ତମାନ ସେ ଏକ ହୋଟେଲରେ ରହୁଛନ୍ତି । ଯେତେବେଳେ ନୀରୁ ଅରମାନଙ୍କ ଘରେ ପହଁଚି ଜିନିଷ ଧରି ବାହାରିଥିଲେ, ସେତେବେଳେ ଅରମାନଙ୍କ ମା’ହୁଏତ କିଛି କହିନଥିଲେ କିନ୍ତୁ ବାପା ଭାବୁକ ହୋଇପଡିଥିଲେ । ସେ ନୀରୁଙ୍କୁ କୁଣ୍ଢେଇ ପକାଇ କହିଥିଲେ ଯେ, ‘କାସ ଏଭଳି ଘଟଣା ହେବା ଅଗରୁ ଆମକୁ ଜଣେଇଥାନ୍ତ । ମୁଁ ତୁମ ଅବସ୍ଥା ବୁଝୁଛି’ । ଏହିଭଳି ଭାବେ ନୀରୁଙ୍କୁ ସମର୍ଥନ କରିଥିଲେ ଅରମାନଙ୍କ ପିତା ରାଜକୁମାର ।
ରାଜକୁମାରଙ୍କୁ ଉତ୍ତର ଦେଇ ନୀରୁ କହିଥିଲେ ଯେ, ‘ମୁଁ ଆପଣଙ୍କୁ କିଛି ଲୁଚାଇବାକୁ ଚାହୁଁନଥିଲି । କିନ୍ତୁ ସେହି ସମୟରେ ହସ୍ପିଟାଲ ଯିବା ଜରୁରୀ ଥିଲା’ । ଏହାପରେ ନୀରୁ ଅରମାନଙ୍କ ଘରୁ ବାହାରି ଏକ ହୋଟେଲରେ ରହୁଛନ୍ତି ।