କେନ୍ଦ୍ରାପଡା ,(ଏଟିଆର ବ୍ୟୁରୋ): ଦିନେ କି’ ମାସେ ନୁହଁ । ଗଲା ୭ମାସ ହେଲା ଦୁଷ୍କର୍ମର ଶିକାର ହୋଇ ଆସୁଥିଲେ ନାବାଳିକା । ଅନ୍ୟ କେହି ନୁହେଁ ବରଂ ଶୋଷଣ କରୁଥିଲେ ଖୋଦ ତାଙ୍କ ପରିବାର ଲୋକ । ଫଳସ୍ୱରୂପ ଏବେ ନାବାଳିକାଟି ଗର୍ଭବତୀ । ଏମିତି ଏକ ଲଜ୍ଜାକର ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ।
ରିପୋର୍ଟ ଅନୁସାରେ, ନାବାଳିକାର ବୟସ ମାତ୍ର ୧୪ । ନିଜର ସର୍ମ୍ପକୀୟ ଦାଦା ଓ ବଡ଼ବାପା ପୁଅ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଦୀର୍ଘ ୭ମାସ ହେବ ଏମିତି ଚାଲି ଆସୁଥିଲା । ଧମକ ଚମକ ଦେଇ ଉଭୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଏବେ ନାବାଳିକାଟି ୭ମାସର ଗର୍ଭବତୀ ଥିବା ବେଳେ ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।