ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ଜମ୍ମୁକାଶ୍ମୀରର ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । ଜାମ୍ମୁ-କାଶ୍ମୀରର ଶୋପିଆ ଜିଲ୍ଲାର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀମାନଙ୍କର ୭ ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ପୋଲିସ ଦାବି କରିଛି । ଯାଞ୍ଚ ହୋଇଥିବାବେଳେ ସନ୍ଦିଗ୍ଧ ଭାବେ ବୁଲୁଥିବା ୭ ଜଇଙ୍କୁ ଅଟକାଇ ପଚରା ଉଚରା କରାଯାଇଛି ।
ତଲାସ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ,ତିନୋଟି ଏ.କେ.ଶ୍ରେଣୀୟ ମ୍ୟାଗାଜିନ,୧୦୫ ରାଉଣ୍ଡ୍ ଅଫୁଟା ଏ.କେ. ଜବତ କରାଯାଇଛି । ୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍ ଗ୍ରାଉଣ୍ଡ୍ ଓ୍ଵାର୍କର୍’ ବୋଲି ଜଣାପଡ଼ିଛି।ସେମାନଙ୍କ ନାମରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ଜଣେ ଶୀର୍ଷସ୍ତରୀୟ ପୋଲିସ ଅଧିକାରୀ କହିଛନ୍ତି ,ମାର୍ଚ୍ଚ ୫ ଓ୬ ତାରିଖରେ ଶୋପିଆ ଜିଲ୍ଲାର ବିଭିନ୍ନ ଗାଁରୁ ଶୋପିଆ ପୋଲିସ ଏହି ୭ ଜଣଙ୍କୁ ଗିରଫ କରିଛି । ଏହାକୁ ଏକ ବଡ଼ ସଫଳତା କହି ସମ୍ପୃକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ନେଟ୍ଓ୍ଵାର୍କ ଛିନ୍ନ ହୋଇଛି ବୋଲି ପୁଲିସ ବିଶ୍ୱାସ କରୁଛି।