ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାମ୍ବାଦିକମାନଙ୍କୁ ପ୍ରାଥମିକ ଭିତ୍ତିରେ କରୋନା ଟିକା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଉଭୟ ଛାପା,ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଉ । ଏଥିସହ ବିଦ୍ୟୁତ,ଜଳବିଭାଗ,ରେଲୱେ,ଏୟାରପୋର୍ଟ,ବିମାନ ଓ ଜଳପରିବହନ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ଟିକା ମିଳୁ ବୋଲି କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ଜାନୁୟାରୀ ୧୬ ରୋ ଟିକାକରଣ ପ୍ରକିୟା ଆରମ୍ଭ ହୋଇଥିବାବେଳେ ବିର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏଯି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଉଦ୍ଧ୍ୱର୍ ଓ ବହୁରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଉଛି । ୧ ଦିନରେ ୧ ଲକ୍ଷ୨୧ହଜାର ୫୭୨୩ ଜଣଙ୍କୁ କରୋନା ଟିକା ଦିଆଯାଇଛି ।