ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବଦଳୁଛି ପାଗ । ଖରା ପରେ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ,ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଓଡିଶାରେ ୧୬ ଟି ଜିଲ୍ଲାରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ ବର୍ଷାବୋର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି କରାଯାଇଛି ।
୧୮ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୬ ଟି ଜିଲ୍ଲାକୁ ବର୍ଷା ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ରହିବ । ଭଦ୍ରକ,କେନ୍ଦ୍ରାପଡା,କଟକ,ଗଜପତି,ଗଞ୍ଜାମ,ନବରଙ୍ଗପୁର,କନ୍ଧମାଳ,ଢେଙ୍କାନାଳ,ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜରି କରାଯାଇଛି ।
କାଳବୈଶାଖୀ ସମୟରେ ଅତି ଜରୁରୀ ନଥିଲେ କେହି ଘରୁ ନ ବାହାରିବା ପାଇର୍ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ କତ୍ତୃପକ୍ଷ । ସେହିପରି ଆଭ୍ୟନ୍ତରୀଣ ଉତ୍ତର ଓଡିଶାର କେନ୍ଦୁଝର,ମୟୂରଭଞ୍ଜ,ଯାଜପୁର,ବାଲେଶ୍ୱର,ଅନୁଗୁଳ,ଢେଙ୍କାନାଳ,ରାୟଗଡା,ମାଲକାନଗିରି ଆଦି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଅନ୍ରପଟେ ରାଜ୍ୟର ଦିନ ବେଳର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।