ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ପୂଜାପାଠକୁ ଖୁବ୍ ମହତ୍ୱ ଦିଆଯାଇଥାଏ । ସେଥିପାଇଁ ପ୍ରତିଦିନ ସକାଳ ଏବଂ ସଞ୍ଜରେ ଧୂପ, ଦୀପ ,ଏବଂ ଆଳତୀ କରି ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଲୋକଙ୍କ କହିବାନୁଯାୟୀ ସନ୍ଧ୍ୟାରେ ଘରେ ଧୂପକାଠି ବୁଲାଇବା ଦ୍ୱାରା ଶୁଦ୍ଧ ବାତାବରଣ ସୃଷ୍ଟି ହୋଇଥାଏ । କିନ୍ତୁ ଘରେ ଅତ୍ୟଧିକ ଧୂପକାଠି ବ୍ୟବହାର ଶରୀର ପାଇଁ ହାନୀକାରକ ହୋଇଥାଏ । ଯାହାଫଳରେ ଆପଣ ରୋଗକୁ ଆମନ୍ତ୍ରଣ କରିଥାନ୍ତି ।
କଫ: ଧୂପକାଠି ଧୁଆଁରୁ କାର୍ବନମୋନୋକ୍ସାଇଡ ନିର୍ଗତ ହୋଇଥାଏ ଯାହା ଫୁସଫସକୁ କ୍ଷତି ପହଁଚାଇ ଥାଏ । ଏହି ଧୂଆଁ ବାହାରୁଥିବା ବେଳେ ନିଶ୍ୱାସ ନେଲେ କାଶିବା ଓ ଛିଙ୍କିବା ସମସ୍ୟା ଦେଖାଦେଇଥାଏ । ଫଳରେ ଛାତିରେ କଫ ଜମାଟ ବାନ୍ଧି ଥାଏ ।
ଆସ୍ଥମା: ଅଧିକ ସମୟ ଧୂପକାଠି ଧୂଆଁ ଘରେ ବୁଲିବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହି ଧୂଆଁରେ ଥିବା ନାଇଟ୍ରୋଜନ ଏବଂ ସଲଫର ଡାଇଅକ୍ସାଇଡ ଗ୍ୟାସ ଶରୀର ଭିତରକୁ ଯାଇଥାଏ । ଯାହାଦ୍ୱାରା ଆସ୍ଥମା ଏବଂ ସିଓପିଡି ଭଳି ସମସ୍ୟା ଦେଖାଦେଇଥାଏ ।
ତ୍ୱଚା ଏବଂ ଆଖି: ଧୂପକାଠି ଧୂଆଁରେ ଥିବା ରାସାୟନିକ ତତ୍ୱ ଦ୍ୱାରା ଆଖି ଏବଂ ତ୍ୱଚାରେ ଜଳା ପୋଡା ହୋଇଥାଏ । ଏହା ଫଳରୋ ଅଖି ଖରାପ ହୋଇଥାଏ ।
ମସ୍ତଷ୍କ: ଏହି ଧୂପକାଠି ଧୂଆଁ ଯୋଗୁଁ ମସ୍ତଷ୍କର କଣିିକାରେ ପ୍ରଭାବ ପଡିଥାଏ । ଯାହାଫଳରେ ମୁଣ୍ଡବ୍ୟଥା ଏବଂ ମାଇଗ୍ରେନ୍ ସମସ୍ୟା ଉପୁଜିଥାଏ ।
ହାର୍ଟ:ପ୍ରତିଦିନ ଏହି ଧୂଆଁ ନିଶ୍ୱାସରେ ଶରୀର ଭିତରକୁ ଯାଇଥାଏ । ଯାହାଦ୍ୱାରା ହାର୍ଟର କଣିକା ଗୁଡିକ ସଙ୍କୁଚିତ ହୋଇଯାଏ । ଯାହାଫଳରେ ହାର୍ଟ ଆର୍ଟାକ ହେବାର ସମ୍ଭବନା ଅଧିକ ଥାଏ ।