ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କଂଗ୍ରେସର ବରିଷ୍ଠ ବିଧାୟକ ତଥା କୋଲି ସମୁଦାୟର ନେତା କନୱାରଜି ବାୱଲିୟା ମଙ୍ଗଳବାର ବିଧାୟକ ପଦ ସହ ପାର୍ଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଗୁଜରାଟ ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିବେଦୀଙ୍କୁ ନିଜର ଇସ୍ତାଫା ପତ୍ର ପ୍ରଦାନ କରିଛନ୍ତି । ଏହାକୁ ନେଇ ରାଜ ରାଜନୀତିରେ ବୟାନ ବାଜି ସୃଷ୍ଟି ହୋଇଛି । ସେ ଏବେ ଭାରତୀୟ ଜନତା ପାର୍ଟିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ରାଜକୋଟ ଜିଲ୍ଲା ଜସଦନ ନିର୍ବାଚନ ମଣ୍ଡଳିରୁ ସେ ଷଷ୍ଠ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ରାଜକୋଟ ଲୋକସଭା ଆସନରୁ ବାୱଲିୟା ବିଜୟଲାଭ କରିଥିଲେ ।