ପୁରୀ (ଏଟିଆର ବ୍ୟୁରୋ): ଅଳ୍ପ କେଇଟା ଦିନ ଅଛି ପବିତ୍ର ରଥଯାତ୍ରା । ଏନେଇ ଖୁବ୍ ଯୋର ସୋର ରେ ସମସ୍ତ କାର୍ଯ୍ୟ ଚାଲିଛି । ଅନ୍ୟପଟେ ଶ୍ରୀମନ୍ଦିରର ନାଟ୍ୟମଣ୍ଡପ ନିକଟରେ ଥିବା ବିମ୍ ଦବୁ ଥିବା ନେଇ ଅଭିଯୋଗ ଆସିଛି । ମାତ୍ର ଆଗକୁ ରଥ ଯାତ୍ରା ଥିବାରୁ ଆସନ୍ତା ୧୬ ତାରିଖରେ ମନ୍ଦିର ପ୍ରଶାସନ ଏବଂ ଏଏସ୍ଆଇ କୋର କମିଟି ତତ୍ୱାବଧାନରେ ଶ୍ରୀମନ୍ଦିରର ଗର୍ଭଗୃହ ଏବଂ ଜଗମୋହନ ସ୍ଥିତି ଜାଞ୍ଚ ହେବ ବୋଲି ଜଣାପଡିଛି ।
ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଆୟୋଜିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଯାଞ୍ଚ ପରେ ସିବିଆଇର ବିଶେଷଜ୍ଞ ଟିମ୍ ପହଁଚି ଜଗମୋହନର ଲୋଡସେଲ ସ୍ଥାପନ କରିବେ । ଏନେଇ ଏଏସ୍ଆଇ ଡିଜିଙ୍କ ପକ୍ଷରୁ ମଞ୍ଜୁର ମିଳିସାରିଛି । ପୂର୍ବରୁ ଜଗମୋହନରେ ପୋର୍ଟାଲ ଫ୍ରେମ ଲଗାଯାଇଥିଲା । ଏହି ପୋର୍ଟାଲ ଜଗମୋହନର ପଥରକୁ କେତେ ସୁରକ୍ଷା ବଳୟରେ ରଖିଛି ସେ ସବୁକୁ ଆକଳନ କରିବ ଲୋଡସେଲ । ଆସନ୍ତା ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ସମସ୍ତ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି ।