ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଟ୍ୟୁବର ମ୍ୟୁଜିକ ଆପ ଏବେ ଖୁବ୍ ଲୋକପ୍ରିୟ ହୋଇଛି । ଏହି ଆପ୍ ଅଧିକାଂଶ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ପ୍ରି-ଇଂଷ୍ଟଲ ହୋଇ ଆସୁଛି । ଏହି ଆପ୍ ରେ ଗୀତ ଶୁଣିବା ପାଇଁ ଆପଣଙ୍କୁ ୟୁଟ୍ୟୁବ ଭଳି ଭିଡିଓ ପ୍ଲେ କରିବାକୁ ପଡିଥାଏ । ଏବେ ୟୁଟ୍ୟୁବ ତାର ୟୁଟ୍ୟୁବ ମ୍ୟୁଜିକ ଆପ୍ କୁ ଅଡିଓ ଓନ୍ଲି କରିବାର ନିଷ୍ପତି ନେଇଛି । କାନାଡା ୟୁଜର୍ସଙ୍କ ପାଇଁ ପ୍ରଥମେ ଏହାର ଅପଡେଟ୍ ଜାରି କରାଯିବ । ୩ ନଭେମ୍ବର ୨୦୨୧ ରୁ ଏହା ଆରମ୍ଭ ହେବ ।
ଏହି ନୂତନ ଅପଡେଟ ଆସିବା ପରେ ୟୁଟ୍ୟୁବ ମ୍ୟୁଜିକ ଆପ୍ ର ୟୁଜର୍ସ କେବଳ ଅଡିଓ ମ୍ୟୁଜିକର ଲାଭ ଉଠାଇ ପାରିବେ । ଏହାବ୍ୟତିତ ୟୁଜର୍ସଙ୍କୁ ମଧ୍ୟ ମ୍ୟୁଜିକ ବ୍ୟାକଗ୍ରାଉଣ୍ଡ ପ୍ଲେ କରିବାର ଅପ୍ସନ ମିଳିବ କିନ୍ତୁ ଏହାକୁ କେବଳ ୟୁଟ୍ୟୁବ ମ୍ୟୁଜିକର ପ୍ରିମିୟମ ସବସ୍କ୍ରିପ୍ସନ କରିଥିବା ୟୁଜର୍ସ ବ୍ୟବହାର କରିପାରିବେ ।