ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚର୍ତୁଦଶୀ ତିଥିରେ ବୈକୁଣ୍ଠ ଚର୍ତୁଦଶୀ ପାଳନ କରାଯାଇଥାଏ । ଏହିଦିନ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ବୈକୁଣ୍ଠ ଚର୍ତୁଦଶୀର ଶୁଭ ତିଥି ଏବଂ ମହତ୍ୱ ।
ନଭେମ୍ବର ୧୭ ସକାଳ ୯ ଟା ୫୦ ରୁ ଚର୍ତୁଦଶୀ ତିଥି ଆରମ୍ଭ ହେଉଛି ଏବଂ ୧୮ ତାରିଖ ଦ୍ୱିପ୍ରହର ୧୨ ଟା ସମାପ୍ତ ହେବ ।
ସନାତନ ଧର୍ମରେ ବୈକୁଣ୍ଠ ଚର୍ତୁଦ୍ଦଶୀର ଖୁବ୍ ମହତ୍ୱ ରହିଛି । ମାନ୍ୟତା ରହିଛି କି, ଏହିଦିନ ଯେଉଁ ବ୍ୟକ୍ତି ବିଧି- ବିଧାନ ସହ ପୂଜା ଅର୍ଚ୍ଚନା କରନ୍ତି ତାଙ୍କୁ ଭଗବାନ ବଷ୍ଣୁ ଏବଂ ଶିବଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁ ଚର୍ତୁମାସ ପର୍ଯ୍ୟନ୍ତ ସାରା ସୃଷ୍ଟିର ଦାୟିତ୍ୱ ଭଗବାନ ଶିବଙ୍କୁ ଦେଇ ବିଶ୍ରାମ କରିଥାନ୍ତି । ଏହାପରେ ଭଗବାନ ବିଷ୍ଣୁ ଯେତେବେଳେ ଦେବଉତଥାପନ ଏକାଦଶୀରେ ଉଠି ଥାନ୍ତି ସେତେବେଳେ ସେ ଭଗବାନ ଶିବଙ୍କ ଭକ୍ତିରେ ଲାଗିପଡନ୍ତି । ଏହିଦିନ ଭଗବାନ ଶିବ ପୁର୍ନବାର ବିଷ୍ଣୁଙ୍କୁ ସାରା ସୃଷ୍ଟିର କାର୍ଯଭାର ଦେଇଥାନ୍ତି ।