ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣ ହୋଇପଡିଛି । ଅନେକ ରୋଗର ଶିକାର ହେଉଛନ୍ତି ଲୋକେ । ସେଥିମଧ୍ୟରୁ ଶରୀରରେ ହିମୋଗ୍ଲୋବିନ ଅଭାବ ଅନ୍ୟତମ । ହିମୋଗ୍ଲୋବିନ୍ ହେଉଛି ଆଇରନ୍ ରେ ଭରପୁର ପ୍ରୋଟିନ୍ । ଯାହା ଲାଲ ରକ୍ତ କଣିକାରେ ମହଜୁଦ ରହିଥାଏ ।
ଯେତେବେଳେ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା କମ ହୋଇଯାଏ । ସେତେବେଳେ, ଥକାପଣ, ଦୁର୍ବଳ, ମୁଣ୍ଡବ୍ୟଥା, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଆଦି ଉପୁଜି ଥାଏ । ସେଥିପାଇଁ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ଉଚିତ୍ । ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ବଢାଇବା ପାଇଁ କିଛି ଫଳ ଏବଂ ଖାଦ୍ୟ ମଧ୍ୟ ରହିଛି । ଯାହାକୁ ସେବନ କରିବା ଦ୍ୱାରା ହିମୋଗ୍ଲୋବିନ ବୃଦ୍ଧି ହୋଇଥାଏ ।
ଆଇରନ ଶରୀର ଦ୍ୱାରା ସଂପୂର୍ଣ୍ଣ ଅବଶୋଷିତ ହୋଇପାରିବ ନାହିଁ, ତେଣୁ ଏହାକୁ ଭଲ ଭାବରେ ଅବଶୋଷିତ କରିବା ପାଇଁ ଏକ ମାଧ୍ୟମ ଆବଶ୍ୟକ । ସେଥିପାଇଁ ଭିଟାମିନ୍-ସି ଯେପରିକି କମଳା, ଲେମ୍ବୁ, କ୍ୟାପ୍ସକମ, ଟମାଟର, ଅଙ୍ଗୁର, ଜାମୁ ଆଦି ଅଧିକ ମାତ୍ରାର ସେବନ କରିନ୍ତୁ କାରଣ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ ।
ଜାତୀୟ ରକ୍ତହୀନତା ଆକ୍ସନ୍ କାଉନସିଲ୍ ଅନୁଯାୟୀ, କମ୍ ହେମୋଗ୍ଲୋବିନ୍ ସ୍ତର ଆଇରନ ଅଭାବ ର ଅନ୍ୟତମ କାରଣ । ସେଥିପାଇଁ ଆଇରନ୍ ରେ ଭରପୁର ଖାଦ୍ୟ ଯେପରିକି ସବୁଜ ପତ୍ରଯୁକ୍ତ ପନିପରିବା, ପାଳଙ୍ଗ, ଅଣ୍ଡା, ଡାଲି, ମାଂସ, ମାଛ, ଫଳ ଇତ୍ୟାଦି ସେବନ କରିବା ଉଚିତ୍ ।
ଫୋଲିକ ଏସିଡ ଏକ ବି-କମ୍ପେ୍ଲକ୍ସ ଭିଟାମିନ୍ସ । ଯାହା ଶରୀରରେ ଲାଲ ରକ୍ତ କଣିକା ତିଆରି ପାଇଁ ଆବଶ୍ୟକ । ଫୋଲିକ ଏସିଡ ଅଭାବ ହେବା ଦ୍ୱାରା ହିମୋକ୍ଲୋବିନ ମାତ୍ରା କମ ହୋଇପାରେ । ସେଥିପାଇଁ ସବୁଜ ପନିପରିବା, ଚିନାବାଦାମ, ଶୁଖିଲା ବିନ୍ସ, ବ୍ରୋକଲି, କଦଳୀ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ।
ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ସହିତ ଉଭୟ କ୍ୟାଲସିୟମ୍ ଏବଂ ଆଇରନର ସମୃଦ୍ଧ ଉତ୍ସ ହେଉଛି ଡାଳିମ୍ବ । ହେମୋଗ୍ଲୋବିନ ବୃଦ୍ଧି ପାଇଁ ଏହା ସର୍ବୋତ୍ତମ ଫଳ । ଆପଣଙ୍କ ଶରୀରରେ ହେମୋଗ୍ଲୋବିନ୍ ସ୍ତରକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ପିଅନ୍ତୁ ଡାଳିମ୍ବ ଜୁସ୍ । ସେହିପରି ଶରୀରରେ ହିମୋଗ୍ଲୋବିନ ମାତ୍ରା ବାଢାଇବା ପାଇଁ ଆପଣ ଖଜୁରୀ ମଧ୍ୟ ସେବନ କରିପାରିବେ ।