ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁକ୍ରେନ ଏବଂ ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଯାହାକୁ ନେଇ ସମସ୍ତ ଦେଶ ଆପତ୍ତି ଉଠାଇ ଋଷର ଏହି କାର୍ୟ୍ୟକୁ ନିନ୍ଦା କରିଛନ୍ତି। ଏହି ପ୍ରସଙ୍ଗରେ ଏବେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ନାଟୋ ଦେଶଗୁଡିକ ଋଷ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ପରେ ନାଟୋ ଦେଶଗୁଡିକର ଏକ ବଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ନାଟୋ କହିଛି ଯେ ଏହା ସହଯୋଗୀମାନଙ୍କ ପ୍ରତିରକ୍ଷା ପାଇଁ ପ୍ରତିବଦ୍ଧ। ନାଟୋ ହେଉଛି ବିଶ୍ୱର ସମସ୍ତ ଦେଶର ଏକ ସାମରିକ ସଂଗଠନ, ଯାହା ଏହିପରି ଯୁଦ୍ଧର ପରିସ୍ଥିତି ପାଇଁ ସୃଷ୍ଟି ହୋଇଛି । ଯଦି ନାଟୋ ସହିତ ଜଡିତ କୌଣସି ଦେଶ ଉପରେ ଆକ୍ରମଣ କରାଯାଏ, ତେବେ ଏହା ନାଟୋ ଉପରେ ଆକ୍ରମଣ ବୋଲି ବିବେଚନା କରାଯାଏ, ଯାହା ପରେ ସମସ୍ତ ଦେଶ ମିଳିତ ଭାବେ ସେହି ଆକ୍ରମଣକାରୀ ଦେଶ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।
ସୂଚନାଯୋଗ୍ୟ, ନାଟୋର ଏହି କାର୍ୟ୍ୟର ପଦକ୍ଷେପ ମଧ୍ୟରେ ଆମେରିକା ୟୁକ୍ରେନ ଆଡକୁ ନିଜର ସୈନ୍ୟ ପଠାଇବା ଆରମ୍ଭ କରିଛି। ଋଷକୁ ଘେରି ରହିବା ପାଇଁ ଆମେରିକାର ସୈନ୍ୟବାହିନୀ ଲାଟଭିଆରେ ପହଞ୍ଚିଛନ୍ତି। ଯାହା ପରେ ଋଷର ସେନାକୁ ପଛକୁ ହଟାଇବାର କାର୍ୟ୍ୟ କରାଯାଇପାରିବ । ତେବେ ଋଷ ଏହାର ଆକ୍ରମଣ ବନ୍ଦ କରିବାକୁ ପ୍ରସ୍ତୁତ ନୁହେଁ। ଏଥିପାଇଁ ୠଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟ ଦେଶମାନେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ।