ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତତଲା କରେଇରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଡହଡହ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଟିକିଏ ତାତିରୁ ନିସ୍ତାର ପାଉ ନାହାନ୍ତି ରାଜ୍ୟବାସୀ ।
ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ଆଗକୁ ତାତି ଆହୁରି ବଢିବ । କଲବଲ ହେବେ ଲୋକ । ମେ ପହିଲା ଯାଏଁ ଗ୍ରୀଷ୍ମ ପ୍ରବାହର କୋପ ଜାରି ରହିବ । ତାତିରୁ ମିଳିବନି ନିସ୍ତାର ।
ଋବିବାର ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା । ୮ ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ସୋନପୁର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ।