ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ଟ୍ୱିଟର କମ୍ପାନୀ କିଣିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମୁଖ୍ୟ ଏଲନ ମସ୍କ । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୪୪ ବିଲିୟନ ତଥା ଭାରତୀୟ ମୁହ୍ରା ଅନୁଯାୟୀ ୩୩୬୮ କୋଟି ଟଙ୍କାରେ ଏହା କିଣା ଯାଇଛି ।
ସେହିପରି ଏଲନ ମସ୍କଙ୍କ ସହିତ ଡିଲ ମଧ୍ୟରେ ଟ୍ୱିଟର କହିଛି ଯେ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏହା ଘରୋଇ କମ୍ପାନୀରେ ପରିଣତ ହୋଇଯିବ । ଏଥିରୁ ସ୍ପଷ୍ଟ ହୋଇଛି କି ଏଲନ ମସ୍କଙ୍କ ନିୟନ୍ତ୍ରଣରେ ରହିବ ଟ୍ୱିଟର ।