ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରରେ ସଠିକ୍ ପରିମାଣର ଖରା ନବାଜିଲେ ଭିଟାମିନ୍ ଡି ର ଅଭାବ ହୋଇପାରେ । ଏହାଦ୍ୱାରା ଆପଣଙ୍କୁ ଥକାପଣ ଅନୁଭବ ହେବା ସହ ଶରୀର ଅସୁସ୍ଥ ହୋଇଯାଇଥାଏ । ତେବେ ଯଦି ଆପଣଙ୍କ ଶରୀରରେ ଖରା ନବାଜୁଛି ତେବେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଭିଟାମିନ୍ ଡ ଅଭାବ ଦୂର ହେବ ଆସନ୍ତୁ ଜାଣିବା ।
ଖୀର : ଏଥିରେ ବହୁଳ ମାତ୍ରାରେ ଭିଟାମିନ୍ ଡି ରହିଥାଏ । କ୍ୟାଲସିୟ, ଭିଟାମିନ୍ ଡି ର ଭଲ ଉତ୍ସ ହେଉଛି ଖୀର । ଯଦି ଆପଣ ଗୋଟେ ଗ୍ଲାସ ଗାଇ ଖୀର ପିଇବେ ତେବେ ଭିଟାମିନ୍ ଡି ର ଅଭାବ ଦୂର ହେବ ।
ଅଣ୍ଡା: ଏହା ପୋଷକ ତତ୍ୱର ଭଣ୍ଡାର । ଅଣ୍ଡାରୁ ଭିଟାମିନ୍ ଡି ମିଳିଥାଏ ।
ଦହି: ଖାଦ୍ୟରେ ନିହାତି ଭାବେ ଦହି ସାମିଲ କରିବା ଉଚିତ୍ । ଦହି ସେବନ କରିବା ଦ୍ୱାରା ଆପଣଙ୍କ ଭିଟାମିନ୍ ଡି ର ଅଭାବ ଦୂର ହୋଇଥାଏ ।
କମଳା: ଭିଟାମିନ୍ ଡି ର ସବୁଠାରୁ ଭଲ ଉତ୍ସ ହେଉଛି କମଳା । ଆପଣ କମଳା ଜୁସ୍ ପିଇ ପାରିବେ । ଆପଣ ସୁସ୍ଥ ମଧ୍ୟ ରହିବେ ।