ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଅଗଷ୍ଟ ୩ ତାରିଖରୁ ହେବ ବର୍ଷ । ବଢିବ ବର୍ଷାର ପରିମାଣ । ୪ ତାରିଖରେ ଘୂର୍ଣ୍ଣିବଳୟ ହୋଇ ୭ ତାରିଖରେ ଏହା ଲଘୁଚାପର ରୂପ ନେବା ପରେ ୯ ରେ ନେବ ଗଭୀର ଅବପାତର ରୂପ । ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ସ୍ୱଭାବିକଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ ପାରଦ । ସେଥିପାଇଁ ଗୁଳୁଗୁଳି ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।